Odiapua.com

ବିଧାୟକଙ୍କ ଦ୍ୱାରା ଫ୍ଲାଏଆସ ଇଟା କାରଖାନା ଉଦଘାଟିତ

ହାଟଡିହି, ୨୧ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ବଣିଆହୁଡି ଠାରେ ନିର୍ମିତ ହୋଇଥିବା ଫ୍ଲାଏଆସ ଇଟା କାରଖାନା ଉଦଘାଟିତ ହୋଇଯାଇଛି । ଏହାର ପ୍ରେପାଇଟର ଧବଳେଶ୍ୱର ପଟ୍ଟନାୟକଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ବିଧାୟକ ଶ୍ରୀଯୁକ୍ତ ସେଠୀ ଫିତାକାଟି ଏହାର ଶୁଭ ଉଦଘାଟନ କରିଥିଲେ । ଏହାଦ୍ୱାରା ଏବେ ଗ୍ରାମାଞ୍ଚଳର ଲୋକମାନେ ସହଜରେ ଫ୍ଲାଏଆସ ଇଟା ପାଇପାରିବେ ଘର କାମରେ ଏହା ସେମାନଙ୍କୁ ସହାୟକ ହେବ ବୋଲି ସେ କହିଥିଲେ । ଏହି ଉତ୍ସବରେ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ବିଶ୍ୱନାଥ ନାୟକ, ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ପ୍ରଶାନ୍ତ ନାୟକ, ଦେବେନ୍ଦ୍ର କୁମାର ଜେନା, ପବିତ୍ର ମୋହନ ପେଡା, ପ୍ରଦୀପ କୁମାର ଜେନା, ଅମୀୟ ନାୟକ, ଗୌରାଙ୍ଗ ରଣା, ପଦ୍ମନାଭ ସାମଲ, ରଞ୍ଜନ ପହି, ସୁଶାନ୍ତ କୁମାର ବେହେରା, ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଷଡଙ୍ଗ ସରପଞ୍ଚ ସ୍ୱର୍ଣ୍ଣପ୍ରଭା ଜେନା, ବିଷ୍ଣୁ ପ୍ରସାଦ ପଣ୍ଡା, କୁଳମଣି ରାଉତ, ଆନନ୍ଦ ଚନ୍ଦ୍ର ନାୟକଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।