Odiapua.com

ବିଧାୟକଙ୍କ ଦ୍ୱାରା ଛାତ୍ରୀ ନିବାସ ଶିଳାନ୍ୟାସ

ନୟାଗଡ଼ ୨୩/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ବଳରାମପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅଗଷ୍ଟ ୨୩ ତାରିଖ ଅପରାହ୍ନରେ ଶିଳାନ୍ୟାସ ହୋଇଥିବା ଜଣାପଡ଼ିଛି। ୭୭୩୦ ବର୍ଗଫୁଟ ଜାଗାରେ ୩ କୋଟି ୩୧ ଲକ୍ଷ ୭ ହଜାର ଟଙ୍କା ବ୍ୟୟ ବିନିମୟରେ ଛାତ୍ରୀ ନିବାସ ନିର୍ମାଣ ହେବ। ଚାରିପଟରେ ୭ ଶହ ମିଟର ପ୍ରାଚୀର ନିର୍ମାଣ ପାଇଁ ୩୯ ଲକ୍ଷ ୯୧ ହଜାର ବ୍ୟୟବରାଦ କରାଯାଇଛି।

ଏଥିରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବ୍ଲକ ଉପାଧକ୍ଷ ପ୍ରଭାତ କୁମାର ଦଳବେହେରା ଓ ରଣପୁର ପୁର୍ତ୍ତ ବିଭାଗ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଯୋଗ ଦେଇଥିଲେ। ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।