ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତର ଐତିହାସିକ ଡ଼ିଗିପୋଖରୀ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାବେଳେ ପଞ୍ଚାୟତ ପକ୍ଷରୁ ତା’ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୋଖରୀ ହୁଡ଼ାକୁ ସଫା କରାଯାଇ ଉତ୍ତମ ପରିବେଶ ପାଇଁ ସେଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆଜି ଧାମନଗର ବିଧାୟକ ବିଷ୍ଣୁ ସେଠୀ ଚାରାରୋପଣ ଶୁଭାରମ୍ଭ କରିଥିଲେ। ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଆମ୍ବଚାରା ଏଠାରେ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ସଭ୍ୟ ସୁରଥ ସେଠୀ, ମନୋରଂଜନ ମଲ୍ଳିକ, ସରପଞ୍ଚ ପ୍ରଫୁଲ କୁମାର ପାତ୍ର, ବିଜେପି ଜିଲ୍ଳା ସମ୍ପାଦକ ଅଶୋକ କୁମାର ପୁହାଣ, ଜିଲ୍ଳା ଉପସଭାପତି ଚତୃଭୁଜ ନାୟକ, ଦୀପ୍ତିରଂଜନ ଜେନା, ଅରବିନ୍ଦ ପତି, ରାଜେନ୍ଦ୍ର କୁମାର ସାହୁ, ରାଜୀବ ଲୋଚନ ନାୟକ, ନିମାଇ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।