Odiapua.com

ବିଧାୟକଙ୍କ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଜାଳିଲେ କର୍ମୀ

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ରାଜେନ୍ଦ୍ରପୁର ପଞ୍ଚାୟତ ଆଗେଇବେହେରା ଗ୍ରାମର ଶନିଶ୍ଚର, ଇଶ୍ୱର ଓ ମା’ଦୁର୍ଗା ମନ୍ଦିର ସମୂହରେ କର୍ମୀମାନେ ମଙ୍ଗଳବାର ସାମୁହିକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ସରପଞ୍ଚ ଲକ୍ଷ୍ମୀ ପ୍ରିୟଦର୍ଶନୀ ଭାରତୀ, ଅନନ୍ତ ଜେନା, ପ୍ରସନ୍ନ ସାହୁ, ଜଗନ୍ନାଥ ଭାରତୀ, ବିନୋଦ ବିହାରୀ ରାଉତ, ଦେବାନନ୍ଦ ସାହୁ, ଚିତ୍ତରଞ୍ଜନ ପତି, ପ୍ରକାଶ ସେନାପତି, କ୍ଷୀରୋଦ ପଣ୍ଡା, ନିରୋଜ ପଣ୍ଡା, ପ୍ରିୟବ୍ରତ ଦାସ, ଦୋଳଗୋବିନ୍ଦ ନାୟକ, ପରମେଶ୍ୱର ପରିଆଡି, ପଦ୍ମନାଭ ଜେନା, ବେଶୁଧର ରାଉତ, ରଞ୍ଜିତ ଦାସ ପ୍ରମୁଖ ଦୀପ ପ୍ରଜ୍ଜ୍ୱଳନରେ ଅଂଶଗ୍ରହଣ କରିôତଲେ ।