Odiapua.com

ବିଧାୟକଙ୍କୁ ଭେଟିଲେ ଶିକ୍ଷକ ସଂଘ କର୍ମକର୍ତ୍ତା

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)ଓଡିଶା ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ହାଟଡିହି ବ୍ଲକର କର୍ମକର୍ତ୍ତା ମାନେ ଆଜି ବିଧାୟକ ଭାଗିରଥି ସେଠୀଙ୍କୁ ଭେଟି ନବ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଏହି ସାକ୍ଷାତ ସମୟରେ ସଠଗର ସଭାପତି ଦେବାଶିଷ ବାରିକ, ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା, ଯୁଗ୍ମ ସମ୍ପାଦକ ପ୍ରଫୁଲ କୁମାର ସାହୁ, ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳ, ଶ୍ରୀକାନ୍ତ ପଟ୍ଟନାୟକ, ରାଜୁ ସ୍ୱାଇଁ, କ୍ଷେତ୍ରବାସୀ ମିଶ୍ର, ଶୁଶ୍ରୀ ସ୍ୱୟଂପ୍ରଭା ବେହେରା,ଉମାମଣୀ ପାଢ଼ୀ, ରୁପା ମୈକାପ, ସୁଶାନ୍ତ ଜେନା, ଅଞ୍ଜନ ଦାସ, ଅକ୍ଷୟ କୁମାର ଖଟୁଆ, କେଶବ ପାତ୍ର, ନଳିନୀ ମହାନ୍ତି, ଶତୃଘ୍ନ ସାହୁ, ବଟକୃଷ୍ଣ ସାମଲ, ଅଜୟ ଜେନା, କୃଷ୍ଣଚନ୍ଦ୍ର ନାହାକ, ଭକ୍ତ ଚରଣ ଜେନା, ପୁର୍ଣ୍ଣଚନ୍ଦ୍ର ଓଝା, ମନୋରଞ୍ଜନ ନାୟକ, ସଶ୍ମିତା ଦାସ, ଅଭିମନ୍ୟୁ ସାହୁ, ମିଥୁନୁ ଜେନା, ପ୍ରଶାନ୍ତ ଜେନା, ଦେବାଶିଷ ଦାସଙ୍କ ସମେତ ବହୁ ସଂଘର ସଦସ୍ୟ ବିଧାୟକଙ୍କୁ ପୁଷ୍ପଗୁଛ ଦେଇ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ସାକ୍ଷାତ କରିଥିଲେ ।