Odiapua.com

ବିଧାୟକଙ୍କୁ ଦେଲା ଜିଲ୍ଲା ଡ୍ରାଇଭର ମହା ସଂଘ

ନବରଙ୍ଗପୁର ୨୩-୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଓଡ଼ିଶା ଡ୍ରାଇଭର ମହାସଂଘ ର ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟ ମାନେ ୧୧ଦଫା ଦାବି ପୁରୁଣ କରିବାକୁ ଡାବୁଗାଁ ନିର୍ବଚନ ମଣ୍ତଳୀ ର ଅଧିନରେ ଥିବା ଡାବୁଗାଁ, ପପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ଡ୍ରାଇଭର ବ୍ରୁନ୍ଦ ଏକତ୍ରିତ ହୋଇ ଡାବୁଗାଁଦାବିପତ୍ର ବିଧାୟକ ମନୋହର ରନ୍ଧାରିଙ୍କୁ ଦାବି ପ୍ରତ୍ର ପ୍ରଦାନ କରିଛନ୍ତି।ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଥାଉକି୨୦୨୨ଏପ୍ରିଲ ମାସ ୧୮ ତାରିଖରେ ବିଶାଳ ରାଲି ସହିତ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଧାରଣା ଦେଇଥିଲେ। ୩ମାସରେ ଦାବି ପୁରଣ କରିବାକୁ ସରକାର ପ୍ରତଶ୍ରୁତି ଦେଇଥିଲେ। ଆଜକୁ ୨ମାସ ହେଲା ଗୋଟିଏ ମଧ୍ୟ ଦାବି ପୂରଣ ହୋଇ ନ ଥିବାରୁ ବିଧାୟକଙ୍କୁ ପୁନର୍ବାର ଦାବିପ୍ରତ ପ୍ରଦାନ କରିଛନ୍ତି। ନିୟମ ଅନୁସାରେ ଏହାର ସମାଧାନ କରାଯିବ ବୋଲି ବିଧାୟକ କହିଛନ୍ତି।୩ ଟି ବ୍ଲକ ରେ ଡ୍ରାଇଭର ସଙ୍ଘ ର କାର୍ଜ୍ୟାଳୟ ନିମନ୍ତେ ଗ୍ରୁହ ନ ଥିବାରୁ ଗ୍ରୁହ ନିମନ୍ତେ ବିଧାୟକଙ୍କ୍ ଦ୍ରୁଷ୍ଟି କୁ ଆଣି ଥିବାରୁ ସେଥି ପ୍ରତି ଦ୍ରୁଷ୍ଟି ଦିଆ ଜିବ ବୋଲି ଲୋକ ପ୍ରିୟ ବିଧାୟକ ପ୍ରତିଶ୍ରୁତି ଦେଇ ଥିଲେ। ଦାବିପତ୍ର ଦେବା ସମୟରେ ଡାବୁଗାଁ ଡ୍ରାଇଭର ସଂଘର ସଭାପତି ସନ୍ତୋଷ ଭତ୍ରା, ଉପ୍-ସଭାପତି ଦିଲ୍ଲିପ ନାୟକ, ସମ୍ପାଦକ ଅମର ଅଲ୍ଲି ଖାନ ଓ ଉମାକନ୍ତ ପାତ୍ର, କୋଷାଧ୍ୟକ୍ଷ ବିଶ୍ଵଜିତ୍ ବୈଠାରୁ ଙ୍କ ସମେତ ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକର ସଭାପତି, ଉପ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ମାନଙ୍କ ସହ ଅନ୍ୟ ଡ୍ରାଇଭର ବ୍ରୁନ୍ଦ ଉପସ୍ଥିତ ଥିଲେ।