Odiapua.com

ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି, ଭଦ୍ରକ ନିର୍ବାଚନ ମଣ୍ଡଳୀ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବିଧାନସଭା ସ୍ତରୀୟ ଜନ ସମ୍ବାଦ ରାଲି ଭଦ୍ରକ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ତରଫରୁ ଅନୁଷ୍ଠିତ ହୋଇ ଯାଇଛି । ଏହି ରାଲିରେ ଅତିଥି ଭାବେ ଯୋଗ ଦେଇଥିଲେ ଭାରତର ଯଶସ୍ୱୀ କେନ୍ଦ୍ରମନ୍ତ୍ରୀ ତଥା ଆମ ଓଡ଼ିଶାର ଗର୍ବ ଗୌରବ ଓଡ଼ିଆ ମାଟିର ପୁଅ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଏହି ସଭାରେ ସଭାପତିତ୍ୱ କରିଥିଲେ ଭଦ୍ରକ ଜିଲ୍ଲାର ସଭାପତି ହେମନ୍ତ ପାଢୀ, ଅନ୍ୟମାନଙ୍କ ମଧ୍ୟରେ ଥିଲେ ଭଦ୍ରକର ସମସ୍ତଙ୍କର ପ୍ରିୟ ନେତା ଚାନ୍ଦବାଲି ବିଧାନସଭାର ମନମୋହନ ସାମଲ, ଭଦ୍ରକ ବିଧାନସଭା ନେତା ଡା. ପ୍ରଦୀପ ନାୟକ, ଭଣ୍ଡାରିପୋଖରୀ ନେତା ବଦ୍ରୀନାରାୟଣ ଧଳ, ଭଦ୍ରକ ଲୋକସଭା ନେତା ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ଉପସଭାପତି ଭୁବନ ମୋହନ ଜେନା, ତପନ ମହାନ୍ତି, ଶରତ ପଢିଆରୀ, ୫ ମଣ୍ଡଳ ସଭାପତି ପ୍ରଭାକର ସାମଲ, ଉତ୍ତମ ପାତ୍ର, ଆଦିକନ୍ଦ ନାୟକ, ନାରାୟଣ ସେନାପତି, ଗୋପାଳ ସାହୁ । ଆମର ଯଶସ୍ୱୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଭାଇ ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ କିପରି ଆମ୍ଭର ବିଶ୍ୱ ଠାକୁର ସାଢେ ୪ କୋଟି ଲୋକଙ୍କର ମଉଡମଣୀ ରଥଯାତ୍ରା ହୋଇଥିବାରୁ ସମ୍ମାନନୀୟ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ଲୋକମାନଙ୍କୁ କିପି ସାହାଯ୍ୟ କରିଥିଲେ ସେ ସଡ଼ିଶା ସରକାରଙ୍କୂ ସବୁ େ୪ତ୍ରରେ କିପରି ଯାହା ମାଗିବା ଠାରୁ ଅଧିକ ଦେଇଥିଲେ ତାହା ବର୍ଣ୍ଣନା କରିଥିଲେ । ମନମୋହନ ସାମଲ ତାଙ୍କ ଭାଷଣରେ କିପରି ଭାବରେ ପ୍ରବାସୀ ସଡ଼ିଆଙ୍କ ପାଇଁ ମୋି ଚିନ୍ତା କରୁଛନ୍ତି ତାହା କହିଥିଲେ । ଡାକ୍ତର ପ୍ରଦୀପ ନାୟକ ତାଙ୍କ ଭାଷଣରେ କିପରି ଭାବରେ ମୋଦି ଗରିବମାନଙ୍କ ପାଇଁ ଚିନ୍ତା କରୁଛନ୍ତି, ସେ ବିଷୟରେ ବର୍ଣ୍ଣନା କରିଥିଲେ । ଜିଲ୍ଲା ସଭାପତି ତାଙ୍କ ଭାଷଣରେ କିପରି ମାଗଣାରେ ଲୋକଙ୍କୁ ୮ ମାସର ରାସନ କେନ୍ଦ୍ର ସରକାର ଯୋଗାଇଛନ୍ତି ସେ ସମ୍ପର୍କରେ କହିବା ସହିତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ସବୁକୁ ଲୋକ ଲେଚନକୁ ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଜେଡି ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଉଛି ତାହା ବର୍ଣ୍ଣନା କରିଥିଲେ । ଉକ୍ତ ସଭାକୁ ସମ୍ପୂର୍ଣ୍ଣ ଭାବରେ ବିକାଶ ଶ୍ରେଷ୍ଠା ଭର୍ଚୁଆଲ ରାଲିକୁ କୋର୍ଡିନେଟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୃଷଭାନୁ ସାହୁ, ଅନିଲ ବେହେରା, ଅନିଲ ନାୟକ, ଶଶାଙ୍କ ଦାଶ, ଭାଗିରଥୀ ମହାକୁଡ ସହଯୋଗ କରିଥିଲେ । ଶେଷରେ ଶରତ ପଢିଆରୀ ଧନ୍ୟବାଦ ଅର୍ପଣ କରିଥିଲେ ।