ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଙ୍ଗୀ କମିଟିର ସଦସ୍ୟମାନଙ୍କୁ ନେଇ ୬ଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ସମବାୟ ସମିତିର ଧାନ କ୍ରୟ ନିମନ୍ତେ ଉପୁଜୁଥିବା ସମସ୍ୟା ପାଇଁ ୯ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆଲୋଚନା ହୋଇଯାଇଛି। ଏହି ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ସମେତ ବିରୋଧୀ ଦଳର ସଦସ୍ୟ,ଅନ୍ୟାନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଦୁଇଗୋଟି ବ୍ଲକର ପ୍ରାୟ ୫୪% ଲୋକ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଧାନ କ୍ରୟ ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଏକଚାଟିଆ ନୀତି ଚାଷୀ ମାନଙ୍କୁ ମର୍ମାହତ କରୁଥିବା ନେଇ ମତ ରଖିଥିଲେ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।