Odiapua.com

ବିଧାନସଭା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କଲେ ଭଦ୍ରକ ବିଧାୟକ

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ବିଧାନସଭା ପରିସରରେ ଆୟୋଜିତ “ହାଉସ୍ କମିଟି ଅନ ସବମିଶନ” ର ଷଷ୍ଠ ବୈଠକରେ ଯୋଗଦେଇ ଭଦ୍ରକ ନିର୍ବାଚନ ମଣ୍ଡଳୀ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଦ୍ୟାଳୟରେ ଶ୍ରେଣୀକକ୍ଷର ଅଭାବ, ସମସ୍ତ ସ୍କୁଲ ପରିସରରେ ଶୌଚାଳୟ ସୁବିଧାର ସୁନିଶ୍ଚିତ ବ୍ୟବସ୍ଥା, ଶିକ୍ଷକ ଅଭାବ ପୂରଣ, ଡାକ୍ତର ନିଯୁକ୍ତି ଏବଂ ବିଭିନ୍ନ ପଂଚାୟତରେ ଶୁଦ୍ଧ ପାନୀୟ ଜଳର ସୁବିଧା ଉପଲବ୍ଧ କରାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପର୍କିତ ବିଭାଗୀୟ ଅଧିକାରୀମାନଙ୍କୁ ସୁପାରିଶ କଲେ। ଏହି ବୈଠକରେ ମାନ୍ୟବର ଅଧ୍ୟକ୍ଷ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ସମସ୍ତ ସମ୍ମାନିତ ସଦସ୍ୟବୃନ୍ଦ ସହ ବରିଷ୍ଠ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।