Odiapua.com

ବିଧାନସଭା ନିର୍ବାଚନ ପାଇଁ ଆଜି ହୋଇପାରେ ତାରିଖ ଘୋଷଣା

ନୂଆଦିଲ୍ଲୀ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ହରିୟାଣା ଓ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ । ଏହାସହିତ ଅକ୍ଟୋବରରେ ମତଦାନର ସମ୍ଭାବନା ରହିଛି ବୋଲି ନିର୍ବାଚନୀ ଆୟୋଗରୁ ପ୍ରକାଶ । ହରିୟାଣା ଓ ମହାରଷ୍ଟ୍ରର ସରକାରର ୫ ବର୍ଷ ସମ୍ପୂର୍ଣ୍ଣ ହୋଇଯାଇଥିବାରୁ ଏହି ଦୂଇ ରାଜ୍ୟରେ ଶିଘ୍ର ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଏହି ଦୁଇ ରାଜ୍ୟରେ ଆଦର୍ଶ, ଆଚାର, ସହିଂତା ଲାଗୁ ହୋଇଯିବ ।