Odiapua.com

ବିଧାନସଭାରେ ନାଥୁରାମ ଝଡ

ଭୁବନେଶ୍ୱର, ୦୩/୦୮(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବିଧାନସଭାରେ ପୁଣି ଥରେ ଉଠିଛି ନାଥୁରାମ ଗଡ଼ ଝଡ଼ । ଆଉ ବନ୍ଦେ ମାତରମ, ଭାରତ ମାତାକୀ ଜୟ ଧ୍ୱନି ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଗତକାଲି କଂଗ୍ରେସକୁ କଟାକ୍ଷ କରି ବିରୋଧୀ ଦଳ ନେତା କହିଥିଲେ ।

ଏବେ ବିରୋଧୀ ଦଳ ନେତାଙ୍କୁ ସିଧାସଳଖ ଆଟାକ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ନାଥୁରାମ ମୁର୍ଦାବାଦ କହିବାକୁ ନରସିଂହଙ୍କ ଆହ୍ୱାନର ଜବାବ ଦେଇଛି ବିଜେପି ।

ମୁର୍ଦ୍ଦାବାଦ କହିବାରେ ଅସୁବିଧା ନାହିଁ । ମାତ୍ର ଆରଏସଏସ ବି ଗାନ୍ଧି ଦିବସ ପାଳୁଛି । ଆଉ ସଙ୍ଘର ଭଲ ଚରିତ୍ର ବୁଝି ପ୍ରଣବ ମୁଖାର୍ଜୀ ଆରଏସଏସ ସଭାକୁ ଯାଇଥିଲେ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ।