Odiapua.com

ବିଦ୍ୟୁତ ସରବରାହ ଚାଲୁ କରିବାକୁ ଗ୍ରାମବସୀଙ୍କ ଷ୍ଟ୍ରକଚର ଘେରାଉ

ବାହାନଗା,୨୯ା୫( ଭାରତୀ ଦାସ/ ଓଡ଼ିଆ ପୁଅ) : ବାତ୍ୟା ପ୍ରଭାବରେ ସବୁ ପ୍ରଭାବିତ ହେବା ସହ ବିଶେଷ କରି ବିଦ୍ୟୁତ ଯୋଗାଣ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଫଳରେ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି । ସରକାରଙ୍କ ନିଷ୍ପତି କ୍ରମେ ୨୪ଘଣ୍ଟାରେ ବିଜୁଳି ସଂଯୋଗ କିନ୍ତୁ ତାହା ବ୍ୟତିକ୍ରମ ହୋଇଛି । ୭୨ଘଣ୍ଟା ବିତିଥିଲେ ମଧ୍ୟ ବିଜୁଳି ସଂଯୋଗ ହେଉ ନାହିଁ । ବିଭାଗ ତରଫରୁ ତାଗିତ କରାଯାଉଛି ନି ଅଞ୍ଚଳରେ ନିଜେ ବିଦ୍ୟୁତ ସଂଯୋଗ ହେବା ଭଳି ତାର, ଖୁଣ୍ଟ ଠିକ କର ଓ ଗଛ କାଟି ପରିସ୍କାର କର । ତାପରେ ବିଜୁଳି ମିଳିବ । ଠିକ ପରେବି ବିଜୁଳି କାହିିଁକି ମଳି ନାହିଁ ଦାବୀ କରି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣୀ ଗ୍ରାମର ଉପଭୋକ୍ତା ମାନେ ଆସି ଗୋପାଳପୁର ବିଦ୍ୟୁତ ଷ୍ଟ୍ରକଚରରେ ପହଞ୍ଚି ହୋ ହାଲ୍ଲା କରିବା ସହ ଷ୍ଟ୍ରକଚର ଭିତରେ ଧାରଣାରେ ବସିଥିଲେ । ଖବର ପାଇ ଗୋପାଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନା ଲାଗିରହିଥିବାର ଦେଖି ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ବିଭାଗ ତରଫରୁ ସ୍ଥିତି ଦେଖିବା ପରେ ୧୧କେଭିଏ ସରବରାହ ହୋଇଥିବା ଖୁଣ୍ଟରେ ଅରଳା ପାଖରେ ଏକ ଶଙ୍ଖ ଫାଟି ଥିବାରୁ ବିଦ୍ୟୁତ ସରବରାହ ହୋଇ ପାରିବ ନାହିଁ ବୋଲି କହିବା ପରେବି ଅବସ୍ଥା ଶାନ୍ତ ପଡ଼ି ନଥିଲା ଖବର ଲେଖା ହେବା ବେଳକୁ ଷ୍ଟ୍ରକଚର ପାଖରେ ଉତ୍ତେଜନା ରହିବା ସହ ଗ୍ରାମବାସୀ ବସିଥିଲେ ।