Odiapua.com

ବିଦ୍ୟୁତ ସଂଯୋଗ କାଟିଲେ ଟାଟା ପାଓ୍ୟାର କମ୍ପାନୀ, ଅନ୍ଧାରରେ ଜିଲ୍ଲାକ୍ରୀଡା ଛାତ୍ରବାସ

ମାଲକାନଗିରି ,୨୪ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରି କାର୍ଯ୍ୟାଳୟରେ ବିଦ୍ୟୁତ ବକେୟା ଥିବାରୁ ଟାଟା ପାଓ୍ୟାର କମ୍ପାନୀ ପକ୍ଷରୁ ବିଦ୍ୟୁତ ସଂଯୋଗ କଟିଦେବା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ବିଦ୍ୟୁତ କାଟ ଘଣାରେ ଟାଟାପାଓ୍ୟାର ପକ୍ଷରୁ ପ୍ରଥମ ଟାର୍ଗେଟ ହୋଇଛି ଜିଲ୍ଲାକ୍ରୀଡା ଛାତ୍ରବାସ,ବିଦ୍ୟୁତ ବିଭାଗ ପକ୍ଷର ଏହି ଛାତ୍ରବାସରେ ୩୭ଲକ୍ଷଟଙ୍କାରୁୁ ଉର୍ଦ୍ଦ ବିଦ୍ୟୁତ ବିଲ ବକେୟା ଥିବାର ଦର୍ଶାଇ ବିଦ୍ୟୁତ କାଟି ଦିଆ ଯାଇଥିବାରୁ ଦୀର୍ଘ ମାସେ ହେଲା ଜିଲ୍ଲାଛାତ୍ରବାସ,ଜିଲ୍ଲା ଷ୍ଟାଡିୟମ,ଇନଡୋର ଷ୍ଟାଡିୟମ,ଜିମ୍ ସେଟଂର,ନେହୁର ଯୁବା କେନ୍ଦ୍ର ସଂଗଠନ ଅନ୍ଧାରରେ ରହିଛି । ବିଦ୍ୟୁତ ବିଭାଗ ପକ୍ଷରୁ ଏହି ଛାତ୍ରବାସ ସହିତ ଏହି ସବୁ କାର୍ଯ୍ୟାଳୟରେ ମିଟର ବସାଯାଇ ନାହିଁ, ବିଦ୍ୟୁତ ବିଭାଗ ପକ୍ଷରୁ ମନଇଛା ବିଲ ଆସୁଥିବାରୁ ତାହା ପୈଇଠ କରିବାରେ ସରକାରି ସ୍ତରରେ ଅସୁବିଧା ହେଉଛି ।ତଥାପି ବିଦ୍ୟୁତ ବିଭାଗକୁ ଇତି ମଧ୍ୟରେ ଜିଲ୍ଲାଛାତ୍ରବାସ ପକ୍ଷରୁ ୭ଲକ୍ଷ ୨୦ହଜାର ଟଙ୍କା ପୈଠ କରାଯାଇଛି । କିସ୍ତି ଅନୁସାରେ ବକେୟା ଟଙ୍କା ପୈଠ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଦିଆ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେଉନଥିବାରୁ ଜିଲ୍ଲାରେ ଥିବା ଏକ ମାତ୍ର କ୍ରିଡା ଛାତ୍ରବାସ,ଷ୍ଟାଡିୟମ ଦୀର୍ଘ ଏକ ମାସ ଧରି ଅନ୍ଧାରରେ ରହିଥିବାରୁ କୌଣସି ଅଫିସ କାମ କିମ୍ବା କ୍ରିଡା ଅଭ୍ୟାସ ହୋଇ ପାରୁ ନାହିଁ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ନିଆଲ କହିଛନ୍ତି । ଗତ କିଛିଦିନ ତଳେ ଷ୍ଟାଡିୟମ,ଜିଲ୍ଲାକ୍ରୀଡା ଛାତ୍ରବାସକୁ କ୍ରୀଡା ମନ୍ତ୍ରୀ ପରିଦର୍ଶନରେ ଯାଇଥିଲେ,ବିଦ୍ୟୁତ କଟା ଯାଇଥିବା ସଂପର୍କରେ ଜାଣିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ କିପରି ହେବ ସେଥିପ୍ରତି ଗୁରୁତ୍ୱ ଦେଇ ନଥିବାରୁ ଦୀର୍ଘ ମାସେ ହେଲା ଅନ୍ଧାରରେ ରହିଛି ଜିଲ୍ଲା କ୍ରୀଡା ଛାତ୍ରବାସ । ଠିକ ସେହିପରି ଟାଟା ପାଓ୍ୟାର କମ୍ପାନୀ ପକ୍ଷରୁ ଜିଲ୍ଲାସଦର ମହକୁମା ଠାରେ ଥିବା ବିଏସଏନଏଲ ଟେଲିଫୋନ ଭବନ ମୁଖ୍ୟ କାର୍ଯ୍ୟାଳୟ ସହିତ ମାଇକ୍ରୋ ଟାଓ୍ୟାର,ରିକ୍ଲାମେସନ କଲୋନି,ମାଉଲିଗୁଡି,ଚାଲାଣଗୁଡା, ବାଲିମେଳା,ଚିତ୍ରାଙ୍ଗପାଲି ଟାଓ୍ୟାର ସହ ବାଲିମେଳା, ମାଥିଲି,ଏମଭି୭୯, କାଲିମେଳା, ଚିତ୍ରକୋଣ୍ଡା, ଗୋବିନ୍ଦପାଲି ଟେଲିଫୋନ ଏକ୍ସଚେଜଂ ରୁ ବିଦ୍ୟୁତ କାଟିଦିଆ ଯାଇଥିବାରୁ ଜିଲ୍ଲାରେ ଏକରକମର ବିଏସଏନଏଲ ଫୋନ ସେବା ଠପ ହୋଇପଡିଥିବାର ଜଣାପଡିଛି । ସୁଚନା ଯୋଗ୍ୟ ଯେ ଜଣେ ସାଧାରଣ ବିଦ୍ୟୁତ ଉପଭୁକ୍ତା ଦୁଇ ତିନିମାସର ବିଦ୍ୟୁତ ବିଲ ପୈଠ ନ କଲେ ତାଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆ ଯାଉଥିବା ବେଳେ କିପରି ବର୍ଷବର୍ଷ ଧରି ଲକ୍ଷାଧିକ ଟଙ୍କା ସରାକାରି କାର୍ଯ୍ୟାଳୟ ଗୁଡିକରେ ବାକି ରହିଛି ତାହା ସର୍ବସାଧରଣରେ ଆଲୋଚ୍ୟ ବିଷୟ ପାଲଟିଛି ।