Odiapua.com

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ଧାରଣା

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହର ଦାବିରେ ଭାରତୀୟ ଜନତା ପାର୍ଟି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଗଣଧାରଣା ଶୁକ୍ରବାର ସ୍ଥାନୀୟ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ଦଳୀୟ ତୋ ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ଧାରଣାରେ ବିଦ୍ୟୁତ ସରବରାହ ଜନିତ ବିଭ୍ରାଟର ସୁଧାର ସହ ଦୁର୍ନୀତି ମୁକ୍ତ ବିଜୁଳି ସେବା ପାଇଁ ମଧ୍ୟ ଦାବି କରାଯାଇଥିଲା । କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଦୋହଲି ଯାଇଥିବା ବେଳେ ଏପରି ସମୟରେ ବିଜୁଳି ଦେୟ ବୃଦ୍ଧି କରାଯିବା ଅତ୍ୟନ୍ତ ନିନ୍ଦନୀୟ । ବର୍ଦ୍ଧିତ ବିଦ୍ୟୁତଶୁଳ୍କ ଅବିଳମ୍ବେ ପ୍ରତ୍ୟାହାର କରାଯିବାକୁ ଦାବି ରଖାଯାଇଥ୍‌ôଲା । ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବିଦ୍ୟୁତଯୋଗାଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଡ଼ାହାଲାଠାରେ ଏକ ଷ୍ଟ୍ରକଚ୍‌ର ଏବଂ ବିଶୋଳ ଓ ରାଢ଼ୋ ଠାରେ ଦୁଇଟି ସବ୍‌ଷ୍ଟ୍ରକଚ୍‌ର ସ୍ଥାପନ କରାଯାଇଥିଲେ ମଧ୍ୟ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି । ମରାମତି ନାମରେ ଓ ୩୩ କେଭିଏ ବିଦ୍ୟୁତ ଯୋଗାଣରେ ତୃଟି ଆଳରେ ଅଘୋଷିତ ଭାବେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ଯୋଗାଣ ବନ୍ଦ ରହୁଛି । ଫଳରେ ଲୋକଙ୍କ ଜୀବନଯାପନ ପ୍ରଣାଳୀ, ବ୍ୟବସାୟିକ ଅନୁଷ୍ଠାନ ସର୍ବୋପରି ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ତେଣୁ ଏ ସବୁରେ ସୁଧାର ଆଣି ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସେବା ଯୋଗାଇବାକୁ ବିଭାଗ ଦୃଷ୍ଟି ଦୋକୁ ଦାବି କରାଯାିଥିଲା । ବିଭିନ୍ନ ସ୍ଥାନରେ ପୁରୁଣାତାର, ଖୁଣ୍ଟ ତଥା ଆବଶ୍ୟକୀୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଅଭାବରୁ ହେଉନଥିବାରୁ ତାର ଓହଳିପଡ଼ି ଧନଜୀବନ ହାନୀ ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏସବୁର ଅନୁଧ୍ୟାନ କରାଯାଇ ତୁରନ୍ତ ମରାମତିର ବ୍ୟବସ୍ଥା କରାଯିବା ଉଚିତ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା । ସୌଭାଗ୍ୟ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ବିଦ୍ୟୁତ ସଂଯୋଗ ନ ଦେଇ କେବଳ ତୃଟିପୂର୍ଣ୍ଣ ଭାବେ ବିଲ୍ ଦିଆଯାଇ ଆର୍ଥିକ ଓ ମାନସିକ ଶୋଷଣ କରାଯାଉଛି । ହଜାର ହଜାର ହିତାଧିକାରୀଙ୍କୁ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ବିଦ୍ୟୁତ ଯୋଗାଇ ଦିଆଯାଉନାହିଁ । ଏଣୁ ସୌଭାଗ୍ୟ ଯୋଜନାରେ ସ୍ୱଚ୍ଛତା ରକ୍ଷାସହ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ବିଦ୍ୟୁତ ଯୋଗାଣ ପାଇଁ ପଦକ୍ଷେପ ନିଆଯିବାକୁ ଦାବି ରଖାଯାଇଥିଲା । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରଶ୍ମିକାନ୍ତ ବେହେରା ଧରଣାସ୍ଥଳକୁ ଆସି ଆଲୋଚନା ସହ ପ୍ରତିକାର ପାଇଁ ପଦକ୍ଷେପ ନେବା ପ୍ରତିଶ୍ରୁତି ଦେଇଥିଲେ । ଧରଣା ପ୍ରତ୍ୟାହୁତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଦଳୀୟ ନେତା ନିର୍ମଳ କର, ପ୍ରକାଶ ମହାପାତ୍ର, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଶଶିକାନ୍ତ ବିଶ୍ୱାଳ, ମଣ୍ଡଳ ସଭାପତି ଗିରିଶ ସାମଲ, ମୁକୁନ୍ଦ ଚରଣ ମଲ୍ଲିକ, ପ୍ରଫୁଲ୍ଲ ସାହୁ, ସୁରେଶ ସାମଲ, ରବିନାରାୟଣ ସାହୁ, ଅଜୟ ପାତ୍ର, ସୁରେଶ ଦାସ, ଭୀମସେନ ନାୟକ, ଅମୂଲ୍ୟ ସେଠୀ, ନରନାରାୟଣ ପରିଡା, ସନ୍ତୋଷ ସାହୁ, ଅଶ୍ୱନୀ ନାୟକ, ବଳରାମ ରାଉତ, ତପନ ପାତ୍ର, ସୁଶାନ୍ତ ମହାପାତ୍ର, ପ୍ରହ୍ଲାଦ ସାହୁ, ଅଜୟ ରାଉତ, ବିବେକାନନ୍ଦ ସାହୁ ପ୍ରମୁଖ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ ।