Odiapua.com

ବିଦ୍ୟୁତ ଦର ବୃଦ୍ଧି ବିରୋଧରେ କଂଗ୍ରସଦଳ ପକ୍ଷରୁ ସନ୍ଧ୍ୟାରେ ଅଧାଘଟାଂ ସାହିବସ୍ତି ସହ ସହର କୁ ଅନ୍ଧାରରେ ରଖିଲେ

ମାଲକାନଗିରି,୪ା୪(ଓଡିଆ ପୁଅ ) ସମଗ୍ର ରାଜ୍ୟରେ ଭୟାବହ ମହାମାରି କରୋନା ସମୟରେ ଅହେତୁକ ଭାବେ ବିଦ୍ୟୁତ ଦର ବୃଦ୍ଧିପାଇଚାଲିଛି । ଏହି ବିଦ୍ୟୁତ ଦରବୃଦ୍ଧି କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା କଂଗ୍ରସ ଦଳ ପକ୍ଷରୁ ଜିଲ୍ଲାସଦର ମହକୁମା ସାହିବସ୍ତି ସହିତ ସହରକୁ ସନ୍ଧ୍ୟା୬ଟା୩୦ମିନିଟ ଠାରୁ ୭ଟା ପର୍ଯ୍ୟନ୍ତ ୩୦ମିନିଟ ଧରି ଆନ୍ଧାର ରେ ରଖି କୌଣସି ବିଦ୍ୟୁତ ଆଲୋକକୁ ଜଳାଇ ଦେଇନଥିଲେ । ଅସନ୍ତା କାଲି ବିଦ୍ୟୁତ ଦର ବିରୋଧରେ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନସହ ୪ଘଟାଂ ଧରି ଧରାଣାରେ ବିସିବା ପାଇଁ ନିସ୍ପତି ନିଆଯାଇଛି । ଆଜି ସନ୍ଧ୍ୟରେ ଜିଲ୍ଲା କଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର,ବରିଷ୍ଟ କଂଗ୍ରେସନେତା ରାମ ପ୍ରସାଦ ପଟନାୟକ,ଜି. ଶ୍ରୀନିବାସ ରାଓ,ପଦ୍ମପାଙ୍ଗି,ପର୍ଶୁରାମ ଭକ୍ତ,ପ୍ରାନ ମଣ୍ଡଳ ପ୍ରମୁଖ କଂଗ୍ରସ ନେତା ଓ କର୍ମୀ ମାନେ ସହର ଓ ସାହିବସ୍ତି ରେ ପିକେଟିଂ କରି ବିଦ୍ୟୁତ ଆଲୋକ ବନ୍ଦ କରିବା ପାଇଁ ସହିତ ଅଧାଘଟାଂ ଅନ୍ଧାର ରଖିବା ପାଇଁ ସାହିବସ୍ତି ଓ ସହରବାସୀଙ୍କୁ ଅନୁରୋଧ କରିଥିଲେ । ଆଜି ସମଗ୍ର ସହର ଅଧଘଟାଂ ଧରି ଅନ୍ଧାରରେ ରହିଥିଲା ।