Odiapua.com

ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ୪ଘଟାଂ ଧାରଣାରେ ବସିଲେ କଂଗ୍ରେସ ଦଳ

ମାଲକାନଗିରି,୫ ।୪ (ଓଡିଆ ପୁଅ ) ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ମାଲକାନଗିରି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ଆଜି ସକାଳ ୯ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ୪ଘଟାଂ ଧରି ଧାରଣାରେ ବସିଥିଲେ । ଧାରଣା ପରେ କଂଗ୍ରେସ ନେତା ଓ କର୍ମୀ ମାନେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପଠାଇଛନ୍ତି । ଗତ୨୦୧୬ ମସିହାରେ ବିମୁଦ୍ରାୟନ ତାପରେ ଭୟାବହ ମହାମାରି କରୋନା ସମୟରେ ଅହେତୁକ ଭାବେ ବିଦ୍ୟୁତ ଦର ବୃଦ୍ଧିପାଇଚାଲିଛି । ବିଶେତଃ ଟାଟା ବିଦ୍ୟୁତ ବିତରକ ସଂସ୍ଥା ଦାଇତ୍ୱ ନେବାପରଠାରୁ ୫୦ପଇସା ଲେଖା ଦରବୃଦ୍ଧି ପାଇଛି,ମାଲକାନଗିରି ଜିଲ୍ଲାରେ ଜଳବିଦ୍ୟୁତ ପ୍ରକଳ୍ପ ଥାଇ ମଧ୍ୟ ୨୦୦ୟୁନିଟ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୁକ୍ତାଙ୍କ ଠାରୁ ୟୁନିଟ ପିଛା ଟ ୫.୬୦ ପଇସା ,୪୦୦ୟୁନିଟ ବବହାର କରୁଥିବା ଉପଭୁକ୍ତା ମାନଙ୍କ ଠାରୁ ଟ.୬.୨୦ପଇସା ଆଦାୟ କରାଯାଉଛି । ଏହି ବିଦ୍ୟୁତ ଦରବୃଦ୍ଧି କୁ ବିରୋଧ କରି ଆଜି ମାଲକାନଗିରି ଜିଲ୍ଲା କଂଗ୍ରସ ଦଳ ପକ୍ଷରୁ ଜିଲ୍ଲାସଦର ମହକୁମା ବିଦ୍ୟୁତ ବିଭାଗ ଏସଡିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୁଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନସହ ୪ଘଟାଂ ଧରି ଧରାଣାରେ ବିସିଥିଲେ । ଜିଲ୍ଲା କଂଗ୍ରେସ କମିଟି ପ କ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଦ୍ୟୁତ ଦରବୃଦ୍ଧି ସଂପର୍କରେ ଏକ ସ୍ମାରକପତ୍ର ପ୍ରଦାନକରାଯାଇଛି । ଏହି ଧାରଣାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର,ବରିଷ୍ଟ କଂଗ୍ରେସନେତା ରାମ ପ୍ରସାଦ ପଟନାୟକ, ମାଲା ମାଢି, ଲକ୍ଷମି ନାରାୟଣ ମହାରଣା,ଜି. ଶ୍ରୀନିବାସ ରାଓ,ପଦ୍ମପାଙ୍ଗି,ପର୍ଶୁରାମ ଭକ୍ତ,ପ୍ରାନ ମଣ୍ଡଳ,କମଳା ବରାଳ, ପ୍ରମୁଖ କଂଗ୍ରସ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ବିଦ୍ୟୁତ ବିଲ ଦରବୃଦ୍ଧି ବିରୋଧରେ ଗତ କାଲି ସନ୍ଧ୍ୟାରେ ସମଗ୍ର ସହରରେ ବିଦ୍ୟୁତ ଲାଇଟ ବନ୍ଦକରି ଅଧାଘଟାଂ ଧରି ଅନ୍ଧାର କରିଦିଆଯାଇଥିଲା ।