ବାଲେଶ୍ଵର,୩୧/୧୦,(ଓଡ଼ିଆ ପୁଅ ପି ନାୟକ): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୂଳ ଅଞ୍ଚଳରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଦୟାନିଧି ଶତପଥୀ ( ୬୫) ବୋଲି ସୂଚନା ମିଳିଛି। ତେବେ ସୂଚନା ଅନୁସାରେ, ଦୟାନିଧି ନିଜ ବାଡିରେ କଦଳୀ ଗଛ ପୋତୁଥିବାବେଳେ ବାଡ଼ି ଭିତର ଦେଇ ଯାଇଥିବା ଦୁର୍ଭାଗ୍ୟବଶତଃ ୩୩ କେବି ଲାଇନ ସଂସ୍ପର୍ଶରେ ଆସିଥିଲେ । ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଗ୍ରାମବାସୀମାନେ ତାଙ୍କୁ ନୀଳଗିରି ହସ୍ପିଟାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।