Odiapua.com

ବିଦ୍ୟୁତ ତନଖି ଦଳଙ୍କ ବିରୋଧରେ ମାମଲା

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଦକ୍ଷିଣବାଡ ପଞ୍ଚାୟତ ଉତ୍ତରବାଡ ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟୁତ୍ ପ୍ରବର୍ତ୍ତନ ଦଳଙ୍କ ବିରୋଧରେ କାଉଣ୍ଟର ଅଭିଯୋଗ ହୋଇ ମାମଲା ଋଜୁ ହୋଇଛି। ଗ୍ରାମର ଲକ୍ଷ୍ମୀପ୍ରିୟା ସାହୁଙ୍କ ବିଦ୍ୟୁତ ତନଖି କରିବା ବାହାନାରେ ବୁଧବାର ଘରେ ପଶି ଅଶାଳିନ ବ୍ୟବହାର ପ୍ରଦର୍ଶନ କରିବା, ଧକ୍କା ମାରିବା ସହ ଟଣାଘୋଷରା କରିଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ତନଖି ଦଳ ଶୌଚାଳୟରେ ଥିବା ମହିଳାଙ୍କ ଚିତ୍ର ଉତ୍ତୋଳନ କରିଥିବା ନେଇ ଲକ୍ଷ୍ମିପ୍ରିୟା ସାହୁ, ଚଞ୍ଚଳା ସାହୁ, ଶଶିକଳା ସାହୁ, ତିଳୋତ୍ତମା ସାହୁ, ପ୍ରେମଲତା ସାହୁ, ସୁଚିସ୍ମୀତା ସାହୁ, ଜୟନ୍ତୀ ସାହୁ, ସରସ୍ୱତୀ ସାହୁ, ପୂଜାରିଣୀ ସାହୁ, ଶୁଭସ୍ମୀତା ସାହୁ ଓ ରମାମଣି ମହାନ୍ତି ପ୍ରମୁଖ ଅଭିଯୋଗ କରିଥିଲେ। ଏଥିନେଇ ଥାନାରେ ୧୬୭/୨୨ନଂ ମାମଲା ଋଜୁ ହୋଇଛି।