Odiapua.com

ବିଦ୍ୟୁତ ଆଘାତରେ ଯୁବକ ମୃତ୍ୟୁ

ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ଜଗତସିଂହପୁର ଥାନା ଅର୍ନ୍ତଗତ ପଳାଶୋଳ ଗ୍ରାମର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ପଳାଶୋଳ ଗ୍ରାମର ରଞ୍ଜନ କୁମାର ଦାଶ ଆଜି ସକାଳେ ଟେବୁଲ ଫ୍ୟାନର ତାର ଛିଣ୍ଡି ତାଙ୍କ ଉପରେ ପଡିଜିବାରୁ ତାଙ୍କ ଦେହ ସଂପୂର୍ଣ୍ଣ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ପରିବାର ଲୋକ ଓ ଗ୍ରାମର କିଛି ବ୍ୟକ୍ତି ରଂଜନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।