Odiapua.com

ବିଦ୍ୟୁତ ଆଘାତରେ ମହିଳା ଗୁରୁତର

ହାଟଡ଼ିହି, ୧୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସଢ଼ା ଗ୍ରାମର ଜଣେ ମହିଳା ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଗ୍ରାମର ଅଲେଖ ଜେନାଙ୍କ ସ୍ତ୍ରୀ ଶାନ୍ତିଲତା ଜେନା ନିଜ ଝିଅଘର ଖଡିବିଲି କୁ ବୁଲିବାକୁ ଯାଇଥିଲେ । ଆଜି ମଧ୍ୟାହ୍ନରେ ଗାଧୋଇ ଆସି ଲୁଗା ଶୁଖାଉଥିବା ସମୟରେ ଘରେଥିବା ବିଦ୍ୟୁତ ଷ୍ଟାବିଲାଇଜର ସଂଷ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇପଡିବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଉଥିବା ଜଣାଯାଇଛି । ସେଠାରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ପରିବାର ସୁତ୍ରରୁ ଜଣାଯାଇଛି ।