Odiapua.com

ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ

ହାଟଡିହି . ୮/୮ :  (ଓଡିଆପୁଅ / ବିକାଶ ବିଶ୍ୱାଳ )  ହାଟଡିହି ବ୍ଲକ ସୁଲଣ ଗ୍ରାମରେ ଆଜି ସନ୍ଧ୍ୟାରେ ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ମହିଳା ଜଣକ ହେଲେ ବେଣୁଧର ଜେନାଙ୍କ ସ୍ତ୍ରୀ ଆରତୀ ଜେନା(୪୫) । ପରିବାର ଲୋକଙ୍କ କହିବାନୁଯାଇ ଆରତୀ ଆଜି ସନ୍ଧ୍ୟାରେ ହାତ ଧୋଇହୋଇ ସୁଇଜ ଦେବାକୁ ଯାଇଥିବାବେଳେ ଓଦା ହାତ ଯୋଗୁଁ ତାଙ୍କୁ ବିଦ୍ୟୁତଘାତ ହୋଇଥିଲା । ସେ ଚିତ୍କାର କରି ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।