Odiapua.com

ବିଦ୍ୟୁତ ଆଘାତରେ ଗାଈର ମୃତ୍ୟୁ

ମୋହନା ୨୨/୪ (ଓଡ଼ିଆ ପୁଅ/ହନୀ ବିଷୋୟୀ) ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ମେରାପଲି ଗ୍ରାମ ନିକଟରେ ଏକ ଗାଈର ମୃତ୍ୟୁ ଘଟିଛି। ଗ୍ରାମ ବାସୀଙ୍କ କହିବା ମୁତାବକ ଗାଈଟି ଚଳୁଥିବା ବେଳେ ସେହି ନିକଟରେ ଥିବା ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଇଟିର ମୃତ୍ୟୁ ଘଟିଥିବା ଶୁଣି ବାକୁ ମିଳୁଛି। ଏ ନେଇ ଗାଈର ମାଲିକ କୈଳାସ ଚନ୍ଦ୍ର ଦଳାଇ ମୋହନା ଥାନା ଓ ବିଦ୍ୟୁତ ବିଭାଗରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ ବିଭାଗ ପକ୍ଷରୁ ଗାଈର କିପରି ମୃତ୍ୟୁ ଘଟିଛି ଏହାର ତଦନ୍ତ କରାଯିବ ବୋଲି କୁହାଯାଇଛି। ଏହାର ଖବର ପାଇ ମୋହନା ପଶୁ ଚିକିତ୍ସା ଅଧିକାରୀ ଧିରେନ୍ଦ୍ର ପଣ୍ଡା ଗାଈଟିର ଶବ ବ୍ୟବଚ୍ଛେଦ କରି ଜଣାଇଛନ୍ତି ଗାଈଟିର ମୃତ୍ୟୁ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଫଳରେ ହୋଇଛି ବୋଲି ଦର୍ଶାଇ ଥିଲେ।