Odiapua.com

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଟାଙ୍ଗି ୨୫-୯ (ଓଡ଼ିଆ ପୁଅ/ଦୀପକ ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଳକ ବଡ଼ପୋଖରିଆ ପଂଚାୟତ ବୋଡ଼ ଗଂରାପାଟଣା ଗ୍ରାମରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ। ମୃତକ ଜଣଙ୍କ ବୋଡଗଂରା ଗ୍ରାମର ରୀତା ମହାପାତ୍ର। ସୂଚନାରୁ ଜଣାପଡ଼ିଛି ବୋଡ଼ ଗଂରାପାଟଣା ଗ୍ରାମର ରୀତା ମହାପାତ୍ର ମହାଳୟା ଶ୍ରାଦ୍ଧ ଦେବାକୁ ଘର ଧୋଉଥିଲେ ଗୋଟିଏ ଟେବୁଲ ଫ୍ୟାନକୁ ଓଦା କପଡାରେ ପୋଛୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ପରିବାର ଲୋକେ ତାଙ୍କୁ ଟାଗିଂ ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ରୀତାଙ୍କୁ ମୃତ ଘୋଷଣା କରିଛନ୍ତି।