Odiapua.com

ବିଦ୍ୟୁତ୍ ତାର ଚୋରି କରି ଧରାପଡିଲା ଚୋର, ଖସିପଳାଇଲା ଅନ୍ୟ ଜଣେ

ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଙ୍ଗ ହୋଇ ତାର ଚୋରି କରୁଥିଲେ। ଗାଁ ଲୋକଙ୍କ ହାବୁଡରେ ପଡିବାରୁ ଜଣେ ଦୌଡି ପଳାଇଲେ ଓ ଅନ୍ୟ ଜଣେ ଚୋର ତାର ବୋଝେଇ ଟ୍ରଲି ସହ ଧରାପଡିବାରୁ ଲୋକେ ଟ୍ରଲିରେ ବାନ୍ଧି ପକାଇଲେ। ପରେ ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି। ୩୩ କେଭି ଲାଇନ୍‌ରୁ ବିଦ୍ୟୁତ୍ ତାର ଚୋରି କରୁଥିବା ବେଳେ ଜଣେ ବ୍ୟକ୍ତିକୁ କାବୁ କରିଛନ୍ତି ସ୍ଥାନୀୟ ଲୋକ। ଅନ୍ୟଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବାବେଳେ କାବୁ କରାଯାଇଥିବା ଲୋକଟିକୁ ବାନ୍ଧି ପୁଲିସ୍‌ର ଜିମା ଦେଲେ ସ୍ଥାନୀୟ ଲୋକ। ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆମ୍ବରୋଳି ପଂଚାୟତ ଅଧୀନସ୍ଥ କନ୍ୟାସାହି ନିକଟରେ ୩୩ କେଭି ବିଦ୍ୟୁତ୍ ଲାଇନ୍ ଯାଇଛି। ଗତକାଲି ରାତିରେ କିଛି ବ୍ୟକ୍ତି ତାରକୁ ଚୋରି କରି ଏକ ଟ୍ରଲି ଯୋଗେ ନେଇଯାଉଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ହାବୁଡରେ ପଡିଯାଇଥିଲେ। ଜଣେ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ତାର ବୋଝେଇ ଟ୍ରଲି ସହ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ତାର ସହ ଲୋକଟିର ହାତକୁ ଗାମୁଛାରେ ବାନ୍ଧି ପୁଲିସ୍‌କୁ ଖବର ଦେଇଥିଲେ। ପରେ ଗ୍ରାମାଞ୍ଚଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତାରକୁ ଉଦ୍ଧାର କରିବା ସହ ଅଟକ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ତଦନ୍ତ ଆରମ୍ଭ କରିଛି।