Odiapua.com

ବିଦ୍ୟୁତ୍ ଆଘାତରେ ଗୁରୁତର ରମେଶଙ୍କୁ ସହଯୋଗର ହାତ ବଢାଇଲେ ରାଜ୍ୟ ବିଜେଡି ସଂପାଦକ

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ୍ ଆଘାତରେ ୫୦ ପ୍ରତିଶତ ପୋଡି ଗୁରୁତର ହୋଇଥିବା ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଣିଜୋ ପଂଚାୟତର ରମେଶ ବେହେରାଙ୍କୁ ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ସାକ୍ଷାତ୍ କରି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଶ୍ରୀ ବେହେରା ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇପଡିଥିଲେ । ତାଙ୍କ ଶରୀରର ଅର୍ଦ୍ଧେକ ପୋଡିଯାଇଥିଲା । ଏହି ଖବର ପାଇ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ପ୍ରତିନିଧି ତଥା ପୁତ୍ର ଇଂ ସାମଲ ପଂଚାୟତର ପୂର୍ବତନ ସରପଞ୍ଚ ଲିଙ୍ଗରାଜ ତ୍ରିପାଠୀ, ଯୁବ ସଭାପତି ସତ୍ୟସାଧନ ବେଜ, ପଂଚାୟତ ଯୁବ ସଭାପତି ତାପସ ଜେନା, କାଶୀନାଥ ସେଠୀ, ସୀତାରାମ ପଣ୍ଡାଙ୍କ ଭଳି ବହୁ ନେତୃବୃନ୍ଦଙ୍କ ସହ ଶ୍ରୀ ବେହେରାଙ୍କ ଘରେ ପହଞ୍ôଚ ଉକ୍ତ ଆର୍ଥିକ ସହାୟତା ପ୍ରଦାନ ପୂର୍ବକ ଶରୀର ସୁସ୍ଥ ହେବା ପର୍ଯ୍ୟନ୍ତ ମାସିକ ୫ ହଜାର ଟଙ୍କା ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।