ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ହୋଟେଲ ଏନ.ଏଚ. କିଙ୍ଗ ସମ୍ମୁଖରେ ଗତ ଶନିବାର ରାତ୍ରରେ ରାସ୍ତାପାଶ୍ୱର୍ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଖୁଣ୍ଟକୁ ଡମ୍ଫର ପିଟିବା ଫଳରେ ୧୨ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ ରହିଥିବା ଜଣାଯାଇଛି । ରାତ୍ର ପ୍ରାୟ ୧୧.୩୦ ମି ସମୟରେ ସଂପୃକ୍ତ ସ୍ଥାନରେ ଛିଡା ହୋଇଥିବା ଓଡି ୨୨ ଏଫ ୯୭୧୧ନଂ ଡମ୍ଫର ରାଜପଥ ଉପରକୁ ଉଠିଆସୁଥିବା ବେଳେ ଭଦ୍ରକ ଆଡୁ ଆସୁଥିବା ଡବ୍ଲୁ ବି ୨୦ ସି ୦୬୭୩ ନଂ ଆଳୁ ବୋଝେଇ ଟ୍ରକ ଡମ୍ଫରକୁ ପଛରୁ ପିଟିଥିଲା । ଡମ୍ଫର ଟି ଭାରସାମ୍ୟ ହରାଇ ପାଶ୍ୱର୍ରେ ଟ୍ରନ୍ସଫର୍ମର ସହ ଥିବା ୧୧ କେ.ଭି. ଖୁଣ୍ଟକୁ ପିଟିଥିଲା । ଫଳରେ ଉଭୟ ଗାହିର ଚାଳକ ଆହତ ହୋଇଥିଲେ । ମାତ୍ର ୧୧ କେ.ଭି. ଲାଇନ କ୍ଷତିଗ୍ରସ୍ତ ହେବା ଯୋଗୁଁ ବିଦ୍ୟୁତ ସରବରାହ ରବିବାର ପୂର୍ବହ୍ନ ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇଥିଲା ।