Odiapua.com

ବିଦ୍ୟାଳୟ ମିଶ୍ରଣକୁ ଠଣାଗଡ଼ିଆବାସୀଙ୍କ ବିରୋଧ

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ଛାତ୍ରଛାତ୍ରୀ ସଂଖ୍ୟା ହ୍ରାସକୁ ନେଇ ସରକାରଙ୍କ ସ୍କୁଲବନ୍ଦ ନିଷ୍ପତିକୁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିରୋଧ କରାଯାଇଛି। ବିଶେଷ କରି ୧୫ ଜଣରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରି ନିକଟସ୍ଥ ଅନ୍ୟ ଏକ ବିଦ୍ୟାଳୟ ସହ ମିଶ୍ରଣକୁ ସ୍ଥାବନୀୟ ଲୋକେ ପ୍ରତିବାଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଠଣାଗଡ଼ିଆ ଅଞ୍ଚଳର ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ଗ୍ରାମରେ ଥିବା ବିଦ୍ୟାଳୟ ବନ୍ଦ କରି ପିଲାଙ୍କୁ ୩ କିମି ଦୂର ମହେଶ୍ୱରପୁର ସ୍କୁଲ ପଠାଇବା ବିପଦପୂର୍ଣ୍ଣ ବୋଲି ଗ୍ରାମାବସୀମାନେ କହିଛନ୍ତି। ବିଲରେ ତଥା ହିଡ଼ରାସ୍ତାରେ ଛୋଟ ଛୋଟ ପିଲା ୩ କିଲୋମିଟର ଦୂର ମହେଶପୁର ଯିବା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥିବା ବେଳେ ପୂର୍ବଭଳି ଠଣାଗଡ଼ି ସ୍କୁଲକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ବିଦ୍ୟାଳୟର ପିଲାସଂଖ୍ୟା ସମ୍ପ୍ରତି ୧୯ ଜଣ ଥିବା ବେଳେ ପୁଣି ୧୦ ଜଣ ନାମ ଲେଖାଇବେ ବୋଲି ସେମାନେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ମିତାଞ୍ଜଳି ଦାସ, ମାଳତି ଦଳେଇ, ହେମମଣି ଦଳେଇ, ଈନ୍ଦ୍ରମଣି ଦଳେଇ, ଉପେନ୍ଦ୍ର ଦଳେଇ, ଜ୍ୟୋତ୍ସ୍ନା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।