Odiapua.com

ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ପିରିପୁର ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଦୁର୍ଯ୍ୟୋଧନ ଦାଶଙ୍କ ୩୮ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟତ୍ରୀ କନକଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବକୁ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା ସଂଚାଳନା କରିଥିଲେ । ଏଥିରେ ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି, ସ୍ୱାଧିନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ପୂର୍ବତନ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବିଡିଓ ଦେବଦତ୍ତ ଦାସ, ସମିତି ସଭ୍ୟା କମଳା ଯେନା, ଶିକ୍ଷାବିତ ବିମ୍ବାଧର ମହାପାତ୍ର, ଜନାର୍ଦ୍ଦନ ଆଚାର୍ଯ୍ୟ, କାର୍ତ୍ତିକ ସ୍ୱାଇଁ, ପ୍ରଫୁଲ୍ଲ ସାହୁ, ସନ୍ତୋଷ ସାହୁ, ସୁରେନ୍ଦ୍ର ପଣ୍ଡା, ପୁରୁଷୋତ୍ତମ ଧଳ, ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ମହାନ୍ତି, ହୃଶିକେଷ ସାହୁ, ମାର୍କଣ୍ଡ ସାହୁ, ଜଗବନ୍ଧୁ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦୁର୍ଯ୍ୟୋଧନ ଦାଶଙ୍କ ସମାଜ ଗଠନ, ଶିକ୍ଷାପ୍ରସାର ଆଦି ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତ୍ୟେକ ଶ୍ରେଣୀର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବିତରଣ କରାଯାଇଥିଲା । ପ୍ରାରମ୍ଭିକ ସୂଚନା ଶିକ୍ଷାବିତ ବୃନ୍ଦାବନ ଦାଶ, ସ୍ୱାଗତ ଭାଷଣ ଡ.ମାର୍କଣ୍ଡ ଚରଣ ଦାଶ, ଅତିଥି ପରିଚୟ ଶିକ୍ଷକ ମାୟାଧର ଦାଶ ଓ ଧନ୍ୟବାଦ ସ୍ୱେହାସିନୀ ଦାଶ ଅର୍ପଣ କରିଥିଲେ ।