Odiapua.com

ବିଦ୍ୟାଳୟ ପରିଚାଳନା କମିଟି ଗଠନ ନୂଆ ନିୟମ,ବିଦ୍ୟାଳୟରେ ଆଉ ରାଜନୀତି ହେବନାହିଁ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବିଦ୍ୟାଳୟ ଏକ ଶିକ୍ଷା ମନ୍ଦୀର ଏଠାରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ତିଆରି ହୁଏ । ହେଲେ ଏ ଠାରେ ବିଭିନ୍ନ ସମୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ରାଜନୀତି କରଣ କରା ଯାଇ ସେମାନଙ୍କୁ ଚାପରେ ରଖା ଯାଉଥିଲା ।ବିଦ୍ୟାଳୟ ରେ ପରିଚାଳନା କମିଟି କୁ ନେଇ ରାଜନୀତି କରା ଯାଉଥିଲା । ଏପରି କି କମିଟି ପାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରାଯାଉଥିଲା । ଏପରି କି ରାଜନୀତି ବିବାଦ ରୁ ଅନେକ ବିଦ୍ୟାଳୟ ରେ କମିଟି ବି ହୋଇ ପାରିନାହିଁ ।ହେଲେ ଏବେ ରାଜ୍ୟ ସରକାରଙ୍କ ସ୍କୁଲର ପରିଚାଳନା କମିଟି ଓ ସ୍କୁଲ ଉନ୍ନୟନ କମିଟି କୁ ନେଇ ନୂଆ ନିୟମଌାରିହୋଇଛି । ଏହି ନୂତନ ନିୟମ କୁ ନେଇ ବିଭିନ୍ନ ମହଲ ରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସରକାର ଙ୍କ ନୂଆନିୟମ ଅନୁଯାଇ ସ୍କୁଲରେ ଯିଏ ପ୍ରଧାନ ଶିକ୍ଷକ ରହିବେ, ସେ ହିଁ ପରିଚାଳନା କମିଟି ଅଧକ୍ଷ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସ୍କୁଲ କମିଟି ଅଧ୍ୟକ୍ଷ ପିଟିଏ ଦ୍ୱାରା ମନୋନୀତ ସଦସ୍ୟଙ୍କ ଦ୍ୱାରା ନିର୍ବାଚନ ହେଲା ଭଳି ବ୍ୟବସ୍ଥା ଥିଲା । ଏବେ ଏଥିରେ ପରିବର୍ତନ ଆସିଛି । ନୂଆ ନିୟମ ଦ୍ୱାରା ପ୍ରଧାନଶିକ୍ଷକ ଅଧ୍ୟକ୍ଷ ରହିଥିବାବେଳେ ଆବାହକ ରହିବେ ସହକାରୀ ଶିକ୍ଷକ । ଏସଏମସି, ଏସଏମଡିସି ପାଇଁ ଭିନ୍ନ ଭିନ୍ନ ଗାଇଡ୍‌ଲାଇନ ଆସିଛି । ଶିଶୁ ବାଟିକା ରୁ ଅଷ୍ଟମ ପର୍ଯ୍ୟନ୍ତ ଏସଏମସି ପାଇଁ ଗଠିତ କିମିଟିରେ ୧୭ ଜଣ ସଦସ୍ୟ ରହିବେ । ସ୍କୁଲ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷ ଓ ସହକାରୀ ଶିକ୍ଷକ ସଦସ୍ୟ ରହିବେ । ଇକୋ କ୍ଲବ ବା ଯୁବ କ୍ଲବ ର ସଦସ୍ୟ ଭାବେ ଜଣେ ଛାତ୍ର, ମହିଳା ଗ୍ରୁପର ଜଣେ ସଦସ୍ୟ, ପଛୁଆ ବର୍ଗ ରୁ ଜଣେ ଶିକ୍ଷାବିତ, ଅନୁସୁଚିତ ଜାତି ଓ ଜନଜାତି ରୁ ଜଣେ ଲେଖାଏଁ ମହିଳା ଓ ପୁରୁଷ, ୱାର୍ଡ଼ ମେମ୍ବର ବା କର୍ପୋରେଟର, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଜଣେ ବିଭାଗୀୟ ଶିକ୍ଷା ବିଭାଗରୁ ଜଣେ ପ୍ରତିନିଧି ରହିବେ । ମୋଟ ୧୫ ଜଣ ଏଭଳି କମିଟିରେ ରହିବାର ନିୟମାବଳି ଆସିଛି । ସେହିଭଳି ପ୍ରଥମରୁ ଦଶମ ଶ୍ରେଣୀ ହେବା ଅଷ୍ଟମ ରୁ ଦଶମ ପର୍ଯ୍ୟନ୍ତ ଏସଏମସି ପାଇଁ ୧୭ ଜଣ ସଦସ୍ୟ ରହିବେ । ଉକ୍ତ ୧୫ ଜଣ ସମେତ ହାଇସ୍କୁଲ କଳା ଓ ବିଜ୍ଞାନ ବିଭାଗର ଜଣେ ଲେଖାଏଁ ଶିକ୍ଷକ ସଦସ୍ୟ ରହିବେ । ସେହିଭଳି କ୍ଲାସ ୯ ରୁ ଦ୍ୱାଦଶ ପର୍ଯ୍ୟନ୍ତ କମିଟିରେ ୨୫ ଜଣ ରହିବାକୁ ଥିବାବେଳେ ଏକାଦଶ ଓ ଦ୍ୱାଦଶ ରେ ୨୨ ଜଣ ସଦସ୍ୟ ରହିବାର ନିୟମାବଳି ପ୍ରସ୍ତୁତ ହୋଇଛି । ଏଭଳି ନିୟମାବଳି ଦ୍ୱାରା କମିଟି ଗଠନରେ ଶିକ୍ଷକ ଓ ଶିକ୍ଷା ବିଭାଗ ପ୍ରତି ଯେଉଁ ଚାପ ରହୁଥିଲା ତାହା ରହିବନି ବୋଲି ଅନେକ ମତ ରଖିଛନ୍ତି । ନୂତନ ସରକାରଙ୍କ ଏହି ନିୟମ କେତେ ଦୂର କାର୍ଯ୍ୟକାରି ହେବ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।