Odiapua.com

ବିଦ୍ୟାଳୟ ଛାତ୍ରାବାସ ଛାଡି ପଳେଇଥିବା ଦୁଇ ନାବାଳକ ଛାତ୍ର ଙ୍କୁ ଉଦ୍ଧାର କଲେ ଗୃହରକ୍ଷୀ ଛାତ୍ରବାସର ସୁରକ୍ଷାକୁ ନେଇ ପ୍ରଶ୍ନ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ପାଟଣା ୨୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ଦୁଇ ନାବାଳକ ଛାତ୍ର ଗୁରୁବାର ବିଦ୍ୟାଳୟର ପାଚେରୀ କୁ ଡେଇଁ କେନ୍ଦୁଝର ପଟକୁ ପଳାଇଉଥିବା ସମୟରେ ଡାବରଚୁଆ ନିକଟରୁ ତୁରୁମୁଙ୍ଗା ଥାନାର କାର୍ଯ୍ୟରତ ଗୃହରକ୍ଷୀ ଉଦ୍ଧାର କରିଛନ୍ତି। ବିଦ୍ୟାଳୟ ର ଛାତ୍ରାବାସ ରେ ରହି ପଢ଼ୁଥିବା ଦୁଇ ଛାତ୍ର ସୁଜିତ ଦେହୁରୀ ଓ ଡାକ୍ତର ପୁହାଣ ଗୁରୁବାର ବିଦ୍ୟାଳୟ ଛାତ୍ରାବାସ ର ପାଚେରୀ ଡେଇଁ ୪୯ ନମ୍ବର ଜାତୀୟ ରାଜପଥ ରେ ଚାଲି ଚାଲି ଯାଇଥିବା ବେଳେ ଡାବରଚୁଆ ନିକଟରେ କିଛି ଲୋକ ଦେଖି ପୋଲିସ କୁ ଜଣାଇଥିଲେ ପରେ ଘଟଣା ସ୍ଥଳରେ ଖିରେଇଟାଙ୍ଗିରି ଗୃହରକ୍ଷୀ ପରମା ନନ୍ଦ ମହାନ୍ତ ପହଁଞ୍ଚି ଦୁଇ ନାବାଳକ ଛାତ୍ର ଙ୍କୁ ଉଦ୍ଧାର କରି ବିଦ୍ୟାଳୟ କୁ ନେଇ ପ୍ରଧାନ ଶିକ୍ଷକ ଙ୍କୁ ହସ୍ତାନ୍ତର କରିଥିଲେ। ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାକୁ ଗୁରୁତ୍ୱ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମୋଟା ଅଙ୍କର ଦରମା ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିପରି ଆଉ କେଉଁ ପରିସ୍ଥିତି ରେ ଛାତ୍ରାବାସରୁ ଦୁଇ ଛାତ୍ର ପାଚେରୀ ଡେଇଁ ପଳାଇବାରେ ସକ୍ଷମ ହେଲେ ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏ ଘଟଣା ଘଟିବା ପରେ ଛାତ୍ରାବାସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ନିଜ ପିଲା ଙ୍କୁ ଛାତ୍ରବାସ ରେ ଛାଡି ପାଠ ପଢ଼ାଇବାକୁ ସୁରକ୍ଷିତ ମଣୁ ନଥିବା ଜଣାପଡିଛି। ଦାଇତ୍ୱ ରେ ଥିବା ପ୍ରଧାନ ଶିକ୍ଷକ ଓ କର୍ମଚାରୀ ଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ମତ ପ୍ରକାଶ ପାଇଛି।