Odiapua.com

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନ୍ ସନ୍ ଅଦାଲତ

ଜଗତସିଂହପୁର ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଗୁରୁବାରଦିନ ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନ୍ ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ପେନ୍ ସନ୍ ଅଦାଲତରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଏହି ପେନ୍ ସନ୍ ଅଦାଲତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପ୍ରଶାସନ ଲୋକାଭିମୁଖୀ ହୋଇଛି। ପୂର୍ବରୁ ଶିକ୍ଷକମାନେ ପେନ୍ ସନ ପାଇବା ପାଇଁ ହଇରାଣ ହରକତ ହେଉଥିଲେ। ଆମ ଜିଲ୍ଲାରେ ଏହି ପେନ୍ ସନ୍ ଅଦାଲତ ଆୟୋଜନ ହେଉଥିବାରୁ ସାଧାରଣ ପ୍ରଶାସନ ପେନ୍ ସନ ଅଭିଯୋଗ ବିଭାଗ ଓ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ବିଭାଗକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି ଅଦାଲତରେ ଯୋଗଦେଇ ସାଧାରଣ ପ୍ରଶାସନ ପେନ୍ ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଭୁୟାଁ କହିଲେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅମିମାସିଂତ ପେନ୍ ସନ ୍ ଓ ପେନ୍ ସନ୍ ସମ୍ବନ୍ଧୀୟ ସୁବିଧା ଫଏସଲା ତ୍ୱରାନ୍ୱିତ କରିବା ପାଇଁ ଏହି ପେନ୍ ସନ୍ ଅଦାଲତ ସହାୟକ ହୋଇପାରିବ। ଏହି ପେନ୍ ସନ୍ ଅଦାଲତ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ବିଭାଗ ସହଯୋଗରେ ଅନୁଷ୍ଠିତ ହୋଇ ପେନ୍ ସନ୍ ମଂଜୁର ଅଧିକାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଚେତନ କରିବା ସହିତ ଜିଲ୍ଲାକୁ ଅମିମାଂସିତ ମୁକ୍ତ ପେନ୍ ସନ୍ ଜିଲ୍ଲାରେ ପରିଣତ କରାଯାଇପାରିବ। ଏହି ପେନ୍ ସନ୍ ଅଦାଲତରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ କହିଲେ ଆଜିର ଅଦାଲତରେ ବାଲିକୁଦା, ବିରିଡି, ଜଗତସିଂହପୁର ଓ ରଘୁନାଥପୁର ବ୍ଲକ ପାଇଁ ଅନୁଷ୍ଠିତ ହେଉଥିବାବେଳେ ଜୁଲାଇ ୧୮ ତାରିଖରେ କୁଜଙ୍ଗ, ଏରସମା, ତିର୍ତ୍ତୋଲ ଓ ନାଉଗାଁ ବ୍ଲକ ପାଇଁ ଅନୁଷ୍ଠିତ ହେବ। ଏହା ସରକାରଙ୍କ ଜନମଙ୍ଗଳ ଓ ସଚେତନତା କାର୍ଯ୍ୟକ୍ରମ। ଏହି ପେନ୍ ସନ୍ ଅଦାଲତରେ ଯୋଗଦେଇ କଣ୍ଟ୍ରୋଲର ଆକାଉଣ୍ଟସ୍ ବିଭାଗର ଯୁଗ୍ମ କଣ୍ଟ୍ରୋଲର ଶ୍ରୀମତୀ ଦିଭାରାଣୀ ଡୋରା କହିଲେ ଏହି ପେନ୍ ସନ୍ ଅଦାଲତ ଦ୍ୱାରା ପେନ୍ ସନ୍ ମଂଜୁର ଅଧିକାରୀଙ୍କ ପାଖରେ ଅମିମାଂସିତ ରହିଥିବା ପେନ୍ ସନ୍ ଓ ଗ୍ରାଚୁଇଟି କେସ୍ ଫଏସଲା କରାଯିବ। କଣ୍ଟ୍ରୋଲର ଆକାଉଣ୍ଟ ଓ ସାଧାରଣ ପ୍ରଶାସନ ଓ ପେନ୍ ସନ୍ ଅଭିଯୋଗ ବିଭାଗ ଅଧିକାରୀମାନେ ଅଧିକରୁ ଅଧିକ ପେନ୍ ସନ୍ କେଶ ଫଏସଲା ପାଇଁ ଗୁରୁତ୍ୱ ଦେବେ। ପେନ୍ ସନ୍ ମଂଜୁର ଅଧିକାରୀମାନେ ସେମାନଙ୍କ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନ୍ ସନ୍ ମଂଜୁର ପାଇଁ ଅଧିକ ସକ୍ରିୟ, ଆନ୍ତରିକତା ଓ ଦୃଢତାର ସହିତ କାର୍ଯ୍ୟ କରିବା ଆବଶ୍ୟକ। ଆଜିର ଅଦାଲତରେ ମୋଟ ୧୦୨ ଟି ପେନ୍ ସନ୍ କେସ୍ ଯଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ୩୯ଟି, ଜଗତସିଂହପୁର ବ୍ଲକର ୧୭ଟି, ବିରିଡି ବ୍ଲକର ୨୨ଟି, ରଘୁନାଥପୁର ବ୍ଲକର ୧୬ଟି ଓ ବାଲିକୁଦା ବ୍ଲକର ୮ଟି କେସ୍ ବିଚାର କରାଯାଇଥିଲା। ସେଥି ମଧ୍ୟରୁ ୭୫ ଟି କେସ୍ ସଂଗେ ସଂଗେ ଫଏସଲା ହୋଇଥିଲା। ଆଜିର ପେନ୍ ସନ୍ ଅଦାଲତରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ, ସାଧାରଣ ପ୍ରଶାସନ ଓ ପେନ୍ ସନ୍ ଅଭିଯୋଗ ବିଭାଗର ସେକ୍ ସନ୍ ଅଫିସର ଶ୍ରୀ ପ୍ରଭାକର ଦାସ ଓ ଏ.ଏସ୍ .ଓ ସନ୍ତୋଷ କୁମାର ମଲ୍ଲିକ, ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଜାନ ଶ୍ରୀ ସପନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ଡେପୁଟୀ କଲେକ୍ଟର ସଂସ୍ଥା ଅରୁନ୍ଧତୀ ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ, ଶିକ୍ଷା ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।