Odiapua.com

ବିଦ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଅର୍ଣ୍ଣପାଳ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଭକ୍ତିବ୍ରହ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋଭିଡ୍ ନିୟମାନୁସାରେ ବଣ୍ଟନ କରାଯାଉଥିବା ଚାଉଳ ଓ ଅର୍ଥ ରାଶିର ହେରଫେର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା କରାଯାଇଥିବାର ଲିଖିତ ଅଭିଯୋଗ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଓ ବିଧାୟକଙ୍କୁ ଗତ ତା୧/୧୧/୨୦୨୧ରିଖରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ମାନେ ପ୍ରଦାନ କରିଥିଲେ ମଧ୍ୟ ବିଭାଗ ତରଫରୁ ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇ ନଥିଲା । ୭ ଦିନ ତଳେ ପୁଣି ଜିଲ୍ଲା ଶିକ୍ଷାଧିକାରୀ, ଫାଣ୍ଡି, ଥାନା, ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇ ଶତାଧିକ ଅଭିଭାବକ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବାର ଚେତବାନୀ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଫଳରେ ଆଜି ଅଭିଭାବକ, ପରିଚାଳନା କମିଟି ସଦସ୍ୟ ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ଖବର ପାଇ ବ୍ଲକ୍ ଶିକ୍ଷାଧିକାରୀ ତଦନ୍ତ ନିମିତ୍ତ ଅଧିକାରୀଙ୍କୁ ପଠାଇ ଥିଲେ । ତଦନ୍ତକାରୀ ଅଧିକାରୀ ଆସନ୍ତା ସପ୍ତାହରେ ତଦନ୍ତ ପୂର୍ଣ୍ଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଆନ୍ଦୋଳନରେ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ କର, ଉପାଧ୍ୟକ୍ଷ ସୁଜାତା ମହାଲ, ସଦସ୍ୟ ପଦ୍ମନାଭ ସାହୁ, ଦୁଃଖିରାମ ଯେନା, ଅନନ୍ତ ମଳିକ, ରେବତୀ ପୃଷ୍ଟି, ଖାଦ୍ୟ କମିଟି ସଦ୍ୟ ଭାବଗ୍ରାହୀ ମଳିକ ଓ ଶତାଧିକ ଅଭିଭାବକ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।