Odiapua.com

 ବିଦ୍ୟାଳୟକୁ ଅନ୍ୟତ୍ର ମିଶ୍ରଣ ପ୍ରତିବାଦରେ ସ୍କୁଲ ଆଗରେ ଧାରଣା

ବାହାନଗା, ୯ା୨(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣ୍ଡାଶୁଣୀ ପଞ୍ଚାୟତର ନଦିଗିରା ଠାରେ ଥିବା ନଦୀଗିରା ପ୍ରଥମିକ ବିଦ୍ୟାଳୟକୁ ଅନ୍ୟତ୍ର ଉଠାଇ ମିଶାଇ ଦେବା ପ୍ରତିବାଦରେ ଗ୍ରାମବାସୀ ମାନେ ସ୍କୁଲ ଆଗରେ ଧାରଣା ଦେଇଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ଏହି ନଦୀଗିରା ପ୍ରଥମିକ ବିଦ୍ୟାଳୟଟି ବହୁତ ବର୍ଷ ଧରି ଏଠାରେ ସ୍ଥାପିତ ହୋଇଛି । ଏଠାରେ ଆବଶ୍ୟକତା ଠାରୁ ଅଧିକ ପିଲା ଥିବାର ଜଣାପଡ଼ିଛି । । କିନ୍ତୁ ଏହାକୁ ନେଇ ଅନ୍ୟତ୍ର ଏକ ସ୍କୁଲରେ ମିଶ୍ରଣ କରାଯାଉଥିବାର ଜାଣି ଗ୍ରାମବାସୀ ମାନେ ଜିଲ୍ଲାପାଳ, ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ପତ୍ର ଦେଇ ଧାରଣାରେ ବସିଥିଲେ । ଏହି ଧରଣାରେ ଗ୍ରାମର ସନ୍ତେଷ କୁମାର ପତି, ସୃଷ୍ଟି ଧର ଦାସ, ବୃନ୍ଦାବନ ମହାରଣା, ପ୍ରତାପ ଦାସ, ଉମେଶ ଦାସ, ଅନାଦି ଦାସ, ଭାସ୍କର ଦାସ, ପ୍ରମୋଦ ମହାରଣା, ସୁରେନ୍ଦ୍ର ଦାସ, କୈଳାସ ଦାସ, ଭାରତୀ ପତି, ସୁକାନ୍ତି ବେହେରା, ସୂର‌୍ୟ୍ୟମଣି ପତି, ସନ୍ଧ୍ୟା ରାଣୀ ପତି, ମୁକ୍ତିକାନ୍ତ ବେହେରା ପ୍ରମୁଖ ଧାଣାରେ ବସିଥିଲେ ।