Odiapua.com

ବିଦ୍ୟାକନକ ସୃଜନ ଅନୁଷ୍ଠାନ ପକ୍ଷରୁ କାଉଡ଼ିଆଙ୍କ ସମ୍ମାନାର୍ଥେ ଭଜନ ସମାରୋହ

ଭୁବନେଶ୍ୱର, ୧୧.୮ (ଓଡ଼ିଆ ପୁଅ) : ଶ୍ରାବଣ ମାସ ଶେଷ ସୋମବାର ୧୨ ତାରିଖ କାଉଡ଼ିଆମାନଙ୍କ ଜଳାଭିଷେକ ଲିଙ୍ଗରାଜ ମନ୍ଦିରରେ ହୋଇଥିବା ପରିପ୍ରେକ୍ଷୀରେ ଓ ତାଙ୍କ ସମ୍ମାନାର୍ଥେ ରାମେଶ୍ୱର ପାଟଣାସ୍ଥିତ ବିଦ୍ୟାକନକ ସୃଜନ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସନ୍ଧ୍ୟାରେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଭୁବେନଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଭଜନ ସମାରୋହରେ ମୁଖ୍ୟ ଅତିଥି ଏବଂ ବିଜେଡ଼ି ଯୁବ ରାଜ୍ୟ ସଭାପତି ଅମରେଶ ପତ୍ରି ସମ୍ମାନିତ ଅତିଥି ରୂପେ ଯୋଗଦେଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆସିଥିବା କାଉଡ଼ିଆମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ଶୁଭ୍ରଜିତ ପାଢୀ, ବିନ୍ଦୁସାଗର ମହାନ୍ତି, କମଳାକାନ୍ତ ସେଠୀ, ମୁକେଶ ସାହୁ, ସନ୍ଦୀପ ସ୍ୱାଇଁ ଓ ପ୍ରଭାତ ପରିଡ଼ା, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବିବେକ ରାଉତ, ସ୍ୱଦେଶ ମହାନ୍ତି, ପବିତ୍ର କୁମାର ଓ ପୁଷ୍ପା ପ୍ରମୁଖ ଭଜନ ପରିବେଷଣ କରିଥିଲେ।