Odiapua.com

ବିଦେଶୀ ମଦ ଫ୍ୟାକ୍ଟ୍ରୀ ଠାବ

ଗଞ୍ଜାମ ୮/୯,(ଓଡ଼ିଆ ପୁଅ ପି ନାଏକ): କୁକୁଡ଼ା ଫାର୍ମରେ ବିଦେଶୀ ମଦ ଫାକ୍ଟ୍ରି । ଗତକାଲି ରାତିରେ ଦିଗପହଣ୍ଡି ଆଇଆଇସି ବୀରପଟଣା ଗାଁରେ ଥିବା ଏକ କୁକୁଡ଼ା ଫାର୍ମ ଉପରେ ଚଢାଉ କରିଥିଲେ । ଚଢାଉ ବେଳେ ପେଲିସ ୪୬ଟି କାର୍ଟୁନରେ ଭର୍ତି ହୋଇଥିବା ୨୦୨୮ଟି ନକଲି ବିଦେଶୀ ମଦ ବୋତଲ, ୮୦ ଲିଟର ୩୬୪ଟି ପ୍ରିପେର ଜାର, ୨୮୦ ଲିଟର ସ୍ପିରିଟ, ମେସିନ, ୨ବସ୍ତା ଲେବୁଲ, ୨ବସ୍ତା ଖାଲି ବୋତଲ, ୧୦ବସ୍ତା ଠିପି, ବହୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛି । ଘଟଣାରେ ୪ଜଣଙ୍କୁ ଅଟକ ରଖିବା ସହ ମଦ ବୋଝେଇ ଏକ ଅଟୋକୁ ବି ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହୃଷିକେଶ ଗୌଡ଼, ପ୍ରଦୀପ ସାହୁ, ଟୁଟୁ ଦାସ, ଦଣ୍ଡପାଣି ଡାକୁଆ ।