Odiapua.com

ବିଦେଶୀ ମଦ ଦୋକାନ ନିକଟରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୪-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଶନିବାରଦିନ ବଲାଙ୍ଗୀର ମୁନିସିପାଲଟି ଅନ୍ତର୍ଗତ କଦମପଡ଼ା ବିଦେଶୀ ମଦ ଦୋକାନ ଆଗରେ ଦୁଇ ଜଣ ଯୁବକ ଙ୍କୁ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଉକ୍ତ ଦୁଇ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବଲାଙ୍ଗୀର ଟାଉନ ପୋଲିସ ଭର୍ତ୍ତି କରିଥିବା ଜଣାଯାଇଛି। ତେବେ ଉକ୍ତ ଦୁଇ ଜଣ ଗୁରୁତର ଯୁବକ ହେଲେ ଗାନ୍ଧିନଗରପଡ଼ାର ତୁଷାର ପାଢ଼ୀ ଓ ରାଜୀବନଗର ର ଗରିବ ପାଣ୍ଡେ। ପୋଲିସର ତଦନ୍ତ ଆରମ୍ଭ ହୋଇଥିବା ବେଳେ କେଉଁ ମାନେ ଆକ୍ରମଣ କରିଛନ୍ତି ସେ ନେଇ ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି। ଘଟଣା ସ୍ଥଳରେ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଉକ୍ତ ଦୁଇ ଯୁବକ ଙ୍କୁ ଛାଡି ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତ୍ରୁତା କୁ ନେଇ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।