Odiapua.com

ବିଦେଶୀ ମଦ ଦୋକାନରେ ଭେଜାଲ ମଦ ବିକ୍ରୀ ଅଭିଯୋଗ ପରେ ଅବକାରୀ ଚଢ଼ାଉ : କାଉଣ୍ଟର ସିଲ

କଟକ -୨୧/୧୨ (ଓଡ଼ିଆ ପୁଅ/ଅଭୟ ଜେନା) ସରକାରୀ ମଦ ଦୋକାନ ଉପରେ ଲୋକଙ୍କ ଆକ୍ରୋଶ। ବିଦେଶୀ ବ୍ରାଣ୍ଡର ଅପମିଶ୍ରିତ ମଦ ବିକ୍ରୀ କରାଯାଉଥିବା ମାହାଙ୍ଗାର ଏରକଣା ଅଂଚଳର ଏକ ମଦ ଦୋକାନ ଉପରେ ଅବକାରୀ ବିଭାଗ ଆଜି ସନ୍ଧ୍ୟାରେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତକରିବା ସହ ଏହି ଦୋକାନକୁ ସିଲ କରିବା ପରେ ୩ଜଣ କର୍ମଚାରୀଙ୍କୁ ଉଠାଇ ନେଇଛି।

ଏହି ମଦ ଦୋକାନରେ ଅପମିଶ୍ରିତ ମଦ ବିକ୍ରୀନେଇ ଅଭିଯୋଗ ହେଉଥିଲା। ଆଜି ଏହି ଦୋକାନକୁ ସରକାରୀ ଡିପୁରୁ ଏକ ଟ୍ରିପ ବିଦେଶୀ ମଦ ଆସିଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅଚାନକ କଟକ ଜିଲ୍ଲା ଅବକାରୀ ସ୍କ୍ୱାର୍ଡ଼ ଏହି ବିଦେଶୀ ମଦ ଦୋକାନ ଉପରେ ଛାପା ମାରିଥିଲା।

ବିପୁଳ ମାତ୍ରାର ବିଦେଶୀ ମଦ ବୋଝେଇ ଏକ ମିନିଟ୍ରକକୁ ଅବକାରୀ ପୋଲିସ ଘଟଣାସ୍ଥଳୀରୁ ନେଇଯାଉଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ମଦ ଗାଡ଼ିରୁ ଲୁଟ ପାଟ ଆରଂଭ କରିଦେଇଥିଲେ।

ଅବକାରୀ ବିଭାଗ ପକ୍ଷରୁ ଏହି ମଦ ଦୋକାନକୁ ସିଲ କରାଯାଇଥିବା ବେଳେ ୩ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି।