Odiapua.com

ବିଦେଶୀଙ୍କର କାର୍ତ୍ତିକ ବ୍ରତ

ପୁରୀ ୨୯-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀ ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି। ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିବା ସହ ସକାଳ ବେଳା ଶ୍ରୀମନ୍ଦିର ସମ୍ମୁଖରେ କରୁଛନ୍ତି ସଂକୀର୍ତ୍ତନ। ଆଉ ଏହି ବିଦେଶୀ ବ୍ରତଧାରୀଙ୍କ ମଧ୍ୟରେ ରହିଛନ୍ତି ଋଷ, ୟୁକ୍ରେନ ସମେତ ଅନେକ ଇୟୁରୋପର ନାଗରିକ। ଯେହେତୁ ଏହା ହେଉଛି ଧର୍ମର ମାସ। ଚାଲିଛି ଧର୍ମର ମାସ ପବିତ୍ର କାର୍ତ୍ତିକ ମାସ। କେବଳ ନିଜର ମୋକ୍ଷ ପ୍ରାପ୍ତି ପାଇଁ ବ୍ରତ ନୁହେଁ ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା କାମନା ନେଇ ଏହି ବ୍ରତ ରଖିଛନ୍ତି ବିଦେଶୀ ଭକ୍ତ। ସେମାନେ ଶ୍ରୀ ଚୌତନ୍ୟ ଭକ୍ତି ପଥରେ ରହି ମହାପ୍ରଭୁଙ୍କୁ ଆରାଧନା କରୁଛନ୍ତି। ସେମାନେ ଜଗନ୍ନାଥ୍ ସଂସ୍କୃତି ପରମ୍ପରାକୁ ଅନୁସରଣ କରି ଶ୍ରୀକ୍ଷେତ୍ରରେ ରହି କରୁଛନ୍ତି କାର୍ତ୍ତିକ ବ୍ରତ। ତୁଳଶୀ ଚଉରା ମୂଳେ ବୃନ୍ଦାବତୀଙ୍କ ପୂଜା, ରାଇଦାମୋଦର ପୂଜା, ସଂକୀର୍ତ୍ତନ ଓ ଭଜନ ପାଠ କରୁଛନ୍ତି।