Odiapua.com

ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବାଲିଗୁଡ଼ା, ୧୨ ଜୁନ୍ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ବିଦାୟ କାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ସୂଚନା ମୁତାବକ ବାଲିଗୁଡ଼ାର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲିକ ଦିର୍ଘ ୬ବର୍ଷରୁ ଉର୍ଦ୍ଧ ଦିନ ରହିବା ପରେ ଘୁ. ଉଦୟଗିରିକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରକର ତିହିଡ଼ି ବ୍ଲକ୍ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଥିବା ଚିତ୍ତରଂଜନ ତ୍ରିପାଠୀ ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଶ୍ରୀ ମଲିକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷିରେ ନୂତନ ଶିକ୍ଷା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ, ବଳରାମ ବେହେରା, ସାମସନ୍ ନାୟକ, ଟାଉନ୍ ସି.ଆର.ସି.ସି. ଭାବେ ଅମୂଲ୍ୟ କୁମାର ନାୟକଙ୍କ ସହ ସମସ୍ତ ସି.ଆର୍.ସି.ସି ଏବଂ ଅଫିସର ସମସ୍ତ କର୍ମଚାରୀଙ୍କ ଗହଣରେ ଶ୍ରୀ ମଲିକଙ୍କୁ ବିଦାୟ କାଳୀନ ଏବଂ ନୂତନ ବି.ଇ.ଓ ତ୍ରିପାଠିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଶୁଭେଚ୍ଛା ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ବିଦାୟ କାଳୀନ ଅବସରରେ ଶ୍ରୀ ମଲିକ ବାଲିଗୁଡ଼ା ବ୍ଲକ୍ ଅଞ୍ଚଳରେ ଛଅବର୍ଷ ଧରି ରହି ଆସିବା ମଧ୍ୟରେ ସମସ୍ତଙ୍କ ସାହାଯ୍ୟ ସହଯୋଗକୁ ଧନ୍ୟବାଦ ଜଣାଇ ଥିବାବେଳେ ନୂତନ ବି.ଇ.ଓ ଶ୍ରୀ ତି୍ରିପାଠି ଯୋଗଦାନ ପରେ ବାଲିଗୁଡ଼ା ବ୍ଲକ୍ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ କିପରି ଅଧିକ ଗୁରୁତ୍ୱ ଦେବା ସହ ସମସ୍ତ ସାହାଯ୍ୟ ସହଯୋଗ କାମନା କରିଥିଲେ। ଶେଷରେ ମହେଶ୍ୱର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।