Odiapua.com

ବିଦାହେବେ ୬ ମନ୍ତ୍ରୀ

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ପଞ୍ଚମଥର ଶାସନ କ୍ଷମତାକୁ ଆସିବାପରେ ରାଜ୍ୟରେ ଶାସିତ ବିଜେଡ଼ି ସରକାର ପ୍ରଥମ ଥର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ଦଳମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବାପାଇଁ ବିଜେଡ଼ି ସରକାର ଆରମ୍ଭ କରିଛନ୍ତି 5T ଓ “ମୋ ସରକାର” ଯୋଜନା। ଏହା କୌଣସି ରାଜନୈତିକ ଅଭିପ୍ରାୟ ନୁହେଁ। ଓଡ଼ିଶାବାସୀଙ୍କୁ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମର ଉପାଦେୟତା ଯୋଗାଇବାପାଇଁ ଏହି ଯୋଜନା ପ୍ରଜୁର୍ଯ୍ୟ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ପ୍ରତିଟି ଲୋକ ଯେପରି ସମ୍ପୂର୍ଣ୍ଣ ନ୍ୟାୟ ପାଇପାରିବେ ତାହା ହେଉଛି ପଞ୍ଚମପାଳି ବିଜେଡ଼ି ସରକାରର ମୁଖ୍ୟଲକ୍ଷ। ଏହି ଆଧାରରେ ବିଫଳ ହେଉଥିବା ପ୍ରତିଟି ଜନ ପ୍ରତିନିଧି ହେଉ କିମ୍ବା ଅଫିସର ହେଉ ତାଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ବିଜେଡ଼ି ସରକାର ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିସାରିଛି। ପଞ୍ଚମଥର ସରକାରକୁ ଆସିବାପରେ ଓଡ଼ିଶା ସରକାର ଏକ ନିର୍ଦ୍ଧିଷ୍ଟ ସେବା ମୂଳକ ଖସଡ଼ା ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ କରିଥିଲେ। ତାହାକୁ ସଫଳ ରୂପାୟନ ଦେବାପାଇଁ ଏବେ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମନ୍ତ୍ରୀମଣ୍ଡଳର ରୂପରେଖ ଏକ ନିର୍ଦ୍ଧିଷ୍ଟ ଚିନ୍ତାଧାରା ମଧ୍ୟରେ ଗଠନ କରାଯାଇଥିଲା। ମାତ୍ର ସରକାର ଗଠନର ତିନିମାସ ମଧ୍ୟରେ ସରକାର ଗଠନର ମାପଚୁପ ଯାହା ସେଥିରୁ ସ୍ପଷ୍ଟ ଅନୁମେୟ ଅନେକ ମନ୍ତ୍ରୀ ନିଜସ୍ୱ ବିଭାଗର ଦାୟୀତ୍ତ୍ୱ ସମ୍ଭାଳିବାରେ ଅସମର୍ଥ। ପ୍ରଶାସନିକ ସ୍ତରରେ ସରକାରଙ୍କର ଲୋକାଭିମୁଖୀ ଯେଉଁଭାବରେ ଜନସାଧାରଣଙ୍କ ପାଖରେ ପହଁଚିବା କଥା ତାହାକୁ କାର୍ଯ୍ୟକ୍ରମ କରିବାରେ ଅନେକ ମନ୍ତ୍ରୀ ସମ୍ପୂର୍ଣ୍ଣ ବିଫଳ ବୋଲି ତୃତୀୟ ମହଲା ହୃଦୟଙ୍ଗମ କରିସାରିଲାଣି। ପରିସ୍ଥିତି ଏପରିଯେ, ମନ୍ତ୍ରୀମାନେ ନିଜ ବିଭାଗର ଦାୟୀତ୍ତ୍ୱକୁ ସୂଚାରୁରୂପେ ତୁଲାଇବାରେ ସମ୍ପୂର୍ଣ୍ଣରୂପେ ଫେଲ ମାରିଛନ୍ତି। ଏକଥା ସତ୍ୟ ମନ୍ତ୍ରୀଙ୍କ ବଦଳରେ ବିଭାଗର ପ୍ରଶାସନିକ ଅଧିକାରୀ ବିଭାଗକୁ ତୁଲାଇପାରିବାର କ୍ଷମତା ଅଛି। ମାତ୍ର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀମାନେ ହେଉଛନ୍ତି ସରକାର। ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ ନେଇ ତଥା ରାଜନୈତିକ ସମୀକରଣ ଅନୁସାରେ କିଛି ବ୍ୟକ୍ତି ବିଶେଷଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ସେହି ଆକଳନ ଏବେ ତୃତୀୟ ମହଲାର ଭୁଲ ସାବ୍ୟସ୍ତ ହେଇଛି। ବିଧାନ ସଭାର ଶୀତକାଳୀନ ଅଧିବେଶନ ପରେ ରାଜ୍ୟମନ୍ତ୍ରୀମଣ୍ଡଳରେ ଏକ ବଡ଼ ପରିବର୍ତ୍ତନ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ଏହା ତାଲିକାର ଆଗ ଧାଡ଼ିରେ ଅଛନ୍ତି ପଶ୍ଚିମାଞ୍ଚଳର ଜଣେ ମହିଳା କ୍ୟାବିନେଟ ମନ୍ତ୍ରୀ। ଏକ ନିର୍ଦ୍ଧିଷ୍ଟ ଲକ୍ଷ ନେଇ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିଲା। ମାତ୍ର ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିର୍ବାଚନୀ ପ୍ରଚାର ଦିନ ଏହି ମହିଳା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରଚାର ଶୋଭାଯାତ୍ରାଠାରୁ ଦୂରେଇ ରଖାଯାଇଥିଲା। ଏହା ବାଦ୍ ଆହୁରି ପାଞ୍ଚଜଣ ମନ୍ତ୍ରୀଙ୍କୁ ତୃତୀୟ ମହଲା ବିଦାକରିବା ଏକ ପ୍ରକାର ନିଶ୍ଚିନ୍ତ। ପଶ୍ଚିମାଞ୍ଚଳରୁ ଅନ୍ୟଜଣେ ମହିଳା ମନ୍ତ୍ରୀ ଏବଂ ବାକୀ ତିନିଜଣ ଉପକୂଳ ଓଡ଼ିଶାରୁ।