Odiapua.com

ବିଡିଓମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ବୈଠକ

ନୟାଗଡ଼, ୩୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଜିଲ୍ଳାର ବିଡିଓମାନଙ୍କୁ ନେଇ ଜିଲ୍ଲାପାଳ ଡ.ପୋମା ଟୁଡୁ ଭରର୍ଚୁଆଲ ମାଧ୍ୟମରେ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି। ଏଥିରେ ଜିଲ୍ଳାପାଳ ୬ଟି ଗୁରୁତ୍ୱପୂର୍ଣ୍ଣ ଉର୍ନ୍ନୟନମୂଳକ କାର୍ଯ୍ୟବଳୀର ରୂପରେଖ ପ୍ରସ୍ତୁତି କରିବା ସହ କାର୍ଯ୍ୟ ଯେପରି ସୂଚାରୁ ରୂପେ ଯଥା ସମୟ ଅବଧି ଭିତରେ ଶେଷ ହୁଏ ସେଥିପ୍ରତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଡିସେମ୍ବର ଶେଷସୁଦ୍ଧା ସମସ୍ତ ମିଶନ ଶକ୍ତି ଗୃହ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିବାବେଳେ ଅକ୍ଟୋବର ଶେଷସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ପାଇଁ ଦରଖାସ୍ତର ସମୟସୀମା ରଖିବା ସହିତ ବ୍ୟାଙ୍କ ମାଧ୍ୟମରେ ସମନ୍ୱୟ ମେଳା କରିବାକୁ କହିଥିଲେ। ଚଳିତବର୍ଷ ପାଇଁ ମୋଟ ଲକ୍ଷ ୮.୪୫୦ ଏସ୍‌ଏଚ୍‌ଜି ପାଇଁ ଥିଲାବେଳେ ୪୨୦୦ ଏସ୍‌ଏଚ୍‌ଜି ବ୍ୟାଙ୍କ ଋଣ ପାଇଥିବା ସୂଚନା ଦିଆଯାଇଥିଲା। ନଭେମ୍ବର ମାସ ସୁଦ୍ଧା ସମସ୍ତ ରୁରାଲ ହାଉସିଂ ଯୋଜନା ରେ ପାଇଥିବା ଘ୍‌ର ଶେଷ କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହିତ ଗ୍ରମାପଂଚାୟତରେ ବାକି ରହିଥିବା ବିଦ୍ୟୁତ ବିଲ୍ ଯଥାଶୀଘ୍ର ପୈଠ କରିବା କହିଥିଲେ। ଏଥିରେ ଡିଆରଡିଏ ପିଡି ସୁବାସ ଚନ୍ଦ୍ର ରାୟ ଉପସ୍ଥିତ ଥିଲେ।