ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଉଦୀୟମାନ କ୍ରିକେଟ ଖେଳାଳୀ ହର୍ଷିତ ରାଠୋର ବିଜୟ ହଜାରେ ଟ୍ରଫି ନିମନ୍ତେ ଘୋଷିତ ଓଡ଼ିଶା ସିନିୟର କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଭଦ୍ରକ ଜିଲ୍ଲାର ପ୍ରଥମ ଖେଳାଳୀ ଭାବେ ଏହି ସୌଭାଗ୍ୟ ଅର୍ଜନ କରିଥିବାରୁ ଜିଲ୍ଲା କ୍ରିକେଟ ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବା ସହିତ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ହର୍ଷିତ ଭଦ୍ରକର ବିଜୟଭାନୁ ମୋମୋରିଆଲ କ୍ରିକେଟ ଏକାଡେମୀର ସଦସ୍ୟ ଭାବେ ୨୦୧୦ ମସିହାରୁ ଖେଳ ଆରମ୍ଭ କରି ନିଜର ପ୍ରତିଭା ପ୍ରଦର୍ଶନ କରି ୨୦୧୨ରେ ଅଣ୍ଡର ୧୪, ୨୦୧୩-୧୪ରେ ଅଣ୍ଡର ୧୬ରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, ୨୦୧୭ରେ ଅଣ୍ଡର ୧୯ରେ ଧ୍ରୁବ ପାଣ୍ଡବ ଟ୍ରଫି, ୨୦୧୯-୨୦ରେ ଅଣ୍ଡର ୨୩ରେ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ ମର୍ଯ୍ୟାଦାଜନକ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତିି । ସେ ନିକଟରେ ଅନୁଷ୍ଠିତ ହୋଇଥିବା ଓସିଏଲରେ ମଧ୍ୟ ଖେଳି ମନୋନୟନକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଜଣେ ଅଲ୍ରାଉଣ୍ଡର ଭାବେ ବାମହାତୀ ସ୍ପିନର ଓ ଡାହାଣହାତୀ ବ୍ୟାଟ୍ସମ୍ୟାନ । ହର୍ଷିତ ଭଦ୍ରକ ଚରମ୍ପାର ସ୍ୱର୍ଗତ ପ୍ରଫୁଲ୍ଲ ରାଠୋର ଓ ମାତା ତନୁଜା ରାଠୋରଙ୍କ ପୁତ୍ର । ତାଙ୍କର ଏହି ସଫଳତା ପାଇଁ ଓସିଏର ପୂର୍ବତନ ଅଧ୍ୟକ୍ଷ ଧିରେନ ପଲାଇ, ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଉପେନ୍ଦ୍ର ବାରିକ, ବିଜୟ ଜେନା, ଅତିସ୍ ବେହେରା, ବ୍ୟୋମକେଶ ସେନାପତି, ଲକ୍ଷ୍ମୀନାରାୟଣ ଷଡଙ୍ଗୀ, ଦିଲିପ ନାୟକ, ଜତିକାନ୍ତ ନାୟକ, ଭବତୋଷ ଦାସ, ରବିନାରାୟଣ ପାଣିଗ୍ରାହୀ, ପବନ ଶର୍ମା, ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ପକ୍ଷରୁ କେ.ଭି. ପ୍ରସାଦଙ୍କ ସମେତ ଅନ୍ୟ କର୍ମକର୍ତ୍ତା ତାଙ୍କୁ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜ୍ଞାପନ କରି କ୍ରୀଡାର ସଫଳତା କାମନା କରିଛନ୍ତି ।