Odiapua.com

ବିଜୟ ମହତାବ ଅମାୟିକ ବ୍ୟକ୍ତିତ୍ୱ ଥିଲେ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ଗଡସାହି ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ୰ବିଜୟ ମହତାବଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଅନୁଷ୍ଠିତ ସଭାକୁ ସାହିତ୍ୟିକ ଉତମ ଚରଣ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ କବି ଚର୍ତୁଭୂଜ ପହି,ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଆଚଂଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ,ସମ୍ପାଦକ ରବିନ୍ଦ୍ର ଆଇଚ, ବରିଷ୍ଠ ନାଗରିକ ସୁରକ୍ଷା ମଚଂ ସଭାପତି କୈଳାସ ଚନ୍ଦ୍ର ଧଳ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି, ଜଗନ୍ନାଥ ମଲ୍ଲିକ, ଅନିରୁଦ୍ଧ ରାଉତ, ବଚିତରଞ୍ଜନ ସାମନ୍ତରାୟ, ପ୍ରଭାସ ବେଜ, ସୀତାରାମ ଉଦ୍‌ଗାତା, ନରୋତମ ଜେନା, ଜଗନ୍ନାଥ ଶତପଥି, ସୁମନ୍ତ ମହାପାତ୍ର, ସୀତାରାମ ବେହେରା, ଉମାକାନ୍ତ ଭୋଳ ପ୍ରମୁଖ ସ୍ୱର୍ଗତଃ ମହତାବ ଜଣେ ସରଳ,ନିଷ୍ଠାପର, ଅମାୟିକ ବ୍ୟକ୍ତ ଥିବା ବେଳେ ସମସ୍ତଙ୍କ ସହିତ ତାଙ୍କର ଉତମ ସର୍ମ୍ପକ ଥିଲା ବୋଲି ମତ ପ୍ରକାଶ ପାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ସଂଯୋଜନାରେ ଅତିଥି ମାନେ ସ୍ୱର୍ଗତଃ ମହତାବଙ୍କ ଫଟୋଚିତ୍ରରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ନିରବ ପ୍ରାର୍ଥନା କରିଥିଲେ ।