Odiapua.com

ବିଜୟ ବିକ୍ରମ ସାମଲ ଡାକ୍ତର ଅଫ୍ ଫିଲୋସୋଫି ଉପାଧିରେ ସମ୍ମାନିତ

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡାଃ. ବିଜୟ ବିକ୍ରମ ସାମଲ ଚତୁର୍ଥ ପରିସର ପ୍ରିଂଟିଂ ରେ ୭୦ ତମ ଦିକ୍ଷାନ୍ତ ସମାରୋହରେ ଦେଶର ଅନ୍ୟତମ ପ୍ରସିଦ୍ଧ ଓ ପୁରାତନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲିଜିରେ ଡକ୍ଟର ଅଫ୍ ଫିଲୋସଫି ଉପାଧିରେ ସମ୍ମାନିତ ହୋଇଛନ୍ତି । ସେ ଛାତ୍ରାବସ୍ଥାରୁ ମେଧାବୀ ଓ କର୍ମଠ ଛାତ୍ର ଥିବା ବେଳେ ୨୦୧୬ ରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟରୁ ଏମ୍‌.ଟେକ୍ ରେ ଗୋଲ୍ଡ ମେଡାଲ୍ ହାସଲ କରିଥିଲେ । ସେ ଭାରତର ୪ଡି ପ୍ରିଟିଂ ରେ ପ୍ରଥମ ଥର ପାଇଁ ଗବେଷଣା ପ୍ରାରମ୍ଭ କରିଥିଲେ । ବର୍ତମାନ ସେ ଆଇଆଇଟି କାନପୁରରେ ଡକ୍ଟରାଲ ଫେଲୋ ଭାବେ ଚୟନ ହୋଇଥିବା ବେଳେ ଭାରତୀୟ ରେଲୱେ ର ଏକ ବିଶିଷ୍ଟ ପରିବର୍ତନ ପ୍ରୋଜେକ୍ଟର ରେ ଗବେଷଣା ଜାରି ରଖିଛନ୍ତି । ଡାକ୍ତର ବିଜୟ ବିକ୍ରମ ତାଙ୍କର ସମସ୍ତ ଜ୍ଞାନ କୌଶଳ ରୁ ପ୍ରାପ୍ତ କରିଥିବା ଉକ୍ତ ପିଏଚ୍‌ଡି କୁ ସମଗ୍ର ଦେଶବାସୀଙ୍କ ପାଇଁ ଉତ୍ସର୍ଗିକୃତ କରିବାକୁ ଦୃଢ ସଂକଳ୍ପ ବଦ୍ଧ ଅଟନ୍ତି । ବରପଦା, ଭଦ୍ରକ ନିବାସୀ ରୋଟାରିଆନ ଡଃ. ବିଜୟ ସୁବେଦାର ମେଜର, ବସନ୍ତ କୁମାର ସାମଲ ଓ ରଙ୍ଗଲତା ସାମଲଙ୍କ ଏକମାତ୍ର ପୁତ୍ର ଅଟନ୍ତି । ସେ ତାଙ୍କର ଏହି ସଫଳତା ପାଇଁ ମହାପ୍ରଭୁ ଜଗନ୍ନାଥ,ମାତା-ପିତା, ଗୁର, ଗୁରୁଜନ ଶାଶୁ, ଶଶୁର, ତାଙ୍କ ଧର୍ମପତ୍ନୀ ଅନିତା, ଭଉଣୀ, ଭିଣୋଇ, ଝିଅ, ଭାଣିଜୀ, ବନ୍ଧୁ ବାନ୍ଧବ ଏବଂ ସହକର୍ମୀ ମାନଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।