Odiapua.com

ବିଜୟନଗରରେ ବଧୂହତ୍ୟା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକେ

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟନଗର ପଂଚାୟତର ବିଜୟନଗର ଗାଁର ଜଣେ ବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି। ଶାଶୂଘର ପକ୍ଷରୁ ବାଥରୁମ୍‌ରେ ପଡି ମୃତ୍ୟୁ ଘଟିଥିବା ଦାବି କରାଯାଉଥିବା ବେଳେ, ମୃତ ବଧୂ ବାପଘର ପକ୍ଷରୁ ଅଭିଯୋଗ ଆଣିଛନ୍ତି ମାରି ଦେଇଛନ୍ତି।ସୂଚନା ଅନୁଯାୟୀ ମତୋ ମାଳବାଡ ଗାଁର ସୁଦାମ ସେନାପତିଙ୍କ ଝିଅଙ୍କ ସହ ବିଜୟନଗର ଗାଁର କ୍ଷୀରସିନ୍ଧୁ ପାଣ୍ଡବଙ୍କ ପୁଅ ଚିନ୍ତୁ ପାଣ୍ଡବଙ୍କ ୨୦୨୧ ମସିହାରେ ପ୍ରେମ ବିବାହ ହୋଇଥିଲା।ପରେ ବିବାହ ହୋଇଥିଲା ବିବାହ ସମୟରେ ବାପଘର ଲୋକେ ଦାବୀ ଥିବା ସମସ୍ତ ଯୌତୁକ ନେଇଥିବା ସତ୍ୱେ ପରେ ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ନିର୍ଯାତନା ଦିଆଯାଉଥିବାକୁ ମୃତକାଙ୍କ ପିତା ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ରବିବାର ସକାଳ ପ୍ରାୟ ୯ଟା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରେ ମେଡିକାଲ କୁ ଅଣାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଉକ୍ତ ଘଟଣା ର ଖବର ପାଇ ମୃତକାଙ୍କ ବାପଘର ଲୋକେ ନ୍ୟାୟ ଦାବି କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆମ୍ବୁଲାନ୍ସ ଗାଡ଼ି ଆଗରେ ବସିରହିଥିଲେ। ଚାନ୍ଦବାଲି ଆଇଆଇସି ପରେଶ ମହାନ୍ତି ଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପୋଲିସ ପହଂଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା। ଝିଅର ବାପଘର ଲୋକେ ଚାନ୍ଦବାଲି ଥାନା ରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା ୪୯/୨୬ ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଆଜି ଅନୁସନ୍ଧାନ କାରି ଟିମ ପହଂଚି ଥିବା ସୂଚନା ମିଳିଛି।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଚାନ୍ଦବାଲି ଆଇଆଇସି ପରେଶ ମହାନ୍ତି କହିଛନ୍ତି।