Odiapua.com

ବିଜେଡ଼ି ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ହେଲେ ସୁବ୍ରତ

ତିର୍ତ୍ତୋଲ, ୦୬/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତ ବ୍ରାହ୍ମଣସାହି ଗ୍ରାମର ସୁବ୍ରତ କୁମାର ଦାଶ(ଦିଲୁ ନନା) ବିଜେଡ଼ି ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନିତ ହୋଇଛନ୍ତି। ସେ ପୂର୍ବରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ଭାବେ ରହି ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ। ଦଳର ସୁପ୍ରିମୋ ନବିନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଓ ଯୁବ ବିଜୁ ଜନତାଦଳର ସଭାପତି ଡ଼.ବୋମକେଶ୍ ରାୟ ଶ୍ରୀଯୁକ୍ତ ଦାଶଙ୍କୁ ବିଜେଡ଼ି ଯୁବ ଜିଲ୍ଲା ସାଧାରଣ ସମ୍ପାଦକଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀଯୁକ୍ତ ଦାଶ ତାଙ୍କର ଏହି ପଦବୀ ପାଇଁ ବିଜେଡ଼ି ଦଳର ରାଜ୍ୟ ନେତୃବୃନ୍ଦଙ୍କ ସମେତ ଜଗତସିଂହପୁର ସାଂସଦ ଡ଼. ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଓ ପାରାଦ୍ୱିପ ବିଧାୟକ ସମ୍ବିତ ରାଉତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି।