Odiapua.com

ବିଜେଡ଼ି-ବିଜେପି କଭି ଖୁଶ କଭୀ ଗମ : ରାଜନୀତି ଚଳେଇଛନ୍ତି – ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର ତା ୨୧-୯ (ଓଡ଼ିଆ ପୁଅ) – ବର୍ତମାନ ଓଡିଶା ରାଜନୀତିରେ ଓଡିଶାବାସୀ ଏକ ନୂଆ ଚିତ୍ର ଦେଖୁଛନ୍ତି। ଏହି ଚିତ୍ରରେ କୃଷି ବିଲ୍‌କୁ ନେଇ ବିଜେଡି-ବିଜେପି ମଧ୍ୟରେ ଯେଉଁ ରାଜନୀତି ଚାଲିଛି ତାହା ହାସ୍ୟାସ୍ପଦ ଏବଂ ଆଲୋଚନା ସାପେକ୍ଷ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସବାର୍ତ୍ତାରେ କହିଛନ୍ତି। ଲୋକସଭାରେ ବିଜେଡି ସାଂସଦମାନେ କୃଷି ବିଲ୍‌କୁ ସମର୍ଥନ କଲେ କିନ୍ତୁ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ଏବଂ ବିରୋଧ କଲେ। ଯେଉଁସବୁ ଆଭିମୁଖ୍ୟ ରଖି ବିଜେଡ଼ି ରାଜ୍ୟସଭାରେ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ଲୋକସଭାରେ ସେମାନେ କେଉଁଠି ଥିଲେ ଏବଂ ପ୍ରଶ୍ନ ଉତଥାପନ କରିନଥିଲେ କାହିଁକି। ଏଥିରୁ ଅନୁମେୟ ବିଜେଡି ଓ ବିଜେପି ଉଭୟ ‘କଭି ଖୁସ୍ କଭି ଗମ୍‌’ ଭଳି ରାଜନୀତି କରୁଛଡ଼୍‌ତି। ସିବିଆଇ ଚଢ଼ାଉକୁ ଏମାନେ ଆଘାତ କରିଛନ୍ତି। ସିବିଆଇ ଚଢ଼ାଉକୁ ଯଦି ଏମାନେ ଆଘାତ କରିଛନ୍ତି ତେବେ ପ୍ରଶ୍ନ ହେଲା ୭-୮ ବର୍ଷ ହେଲାଣି ଲକ୍ଷ ଲକ୍ଷ ଲୋକ ଚିଟ୍‌ଫଣ୍ଡ୍‌କୁ ଟଙ୍କା ଦେଇ ବସିଛନ୍ତି, ତା ଉପରେ କିଛି ହେଲାନାହିଁ, ସେମାନଙ୍କର ଦୁଃଖ କେହି ସରକାର ବୁଝିଲେ ନାହିଁ। ସରକାର କମିଶନ ବସାଇଲେ ଓ କମିଶନ ଭାଙ୍ଗିଲେ। କମିଶନ ଭାଙ୍ଗିଲା ବେଳେ ପ୍ରାୟ ୭ ଲକ୍ଷ ଦରଖାସ୍ତ ପଡି ରହିଥିଲା। ଯାହାକି କମିଶନଙ୍କ ଦୃଷ୍ଟିଗୋଚରକୁ ଆସିନଥିଲା। ତାଉପରେ ମଧ୍ୟ କୌଣସି ନିଷ୍ପତି ହୋଇନଥିଲା। ଏହିଭଳି ହାସ୍ୟାସ୍ପଦ ରାଜନୀତି ଓଡିଶାରେ କେତେଦିନ ଚାଲିଛି। ବିଜେଡି ଦଳ ସିବିଆଇକୁ ଭୟକରି ନିର୍ବାଚନ ଏବଂ ସିବିଆଇ କେଳେଙ୍କାରୀ କଥା କହୁଛନ୍ତି। ତେବେ ସିବିଆଇକୁ ବିଜେଡିର ଏତେ ଭୟ କାହିଁକି। ସିବିଆଇ ମଧ୍ୟ ଯଦି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ତାହା ଶୀଘ୍ର ନକରି ୭-୮ ବର୍ଷ କେସ୍‌କୁ ପକାଇ ରଖିଛନ୍ତି କାହିଁକି। ଏ କ’ଣ ବିଜେଡିଙ୍କ ଉପରେ ଏକ ଖଣ୍ଡା ଧାର କରି ରହିଛନ୍ତି ଏବଂ ବିଜେଡି ବାଲା ମଧ୍ୟ ସିବିଆଇକୁ ଭୟଭୀତ ଅବସ୍ଥାରେ ରହିଛନ୍ତି। ଯେଉଁଥିପାଇଁକି ସବୁବେଳେ ତାଙ୍କ ସହିତ ସବୁ କ୍ଷେତ୍ରରେ ସାଲିସ୍ କରୁଛନ୍ତି। ଏହା ଗୋଟିଏ ମୁଖ୍ୟ ପ୍ରଶ୍ନ। ଦ୍ୱିତୀୟ କଥା ଯେଉଁ କୃଷି ବିଲ୍ କଥା ଆଲୋଚନା କରାଯାଉଛି କୃଷିବିଲ୍‌ରେ ବହୁ ଗୂଢ଼ ତଥ୍ୟ ରହିଛି। ସରକାର ବହୁ ମିଠାକଥା କହିଛନ୍ତି, ଭାଷଣ ଦେଇଛନ୍ତି, ଲୋକମାନଙ୍କର ସବୁ ସୁବିଧା ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ସେ ପ୍ରତିଶ୍ରୁତିଗୁଡିକ କିଭଳି ପାଳନ କରାଯିବ ଉଦାହରଣ ସ୍ୱରୂପ ଚାଷୀ ବିକିବା ମୂଲ୍ୟ ଏବଂ ଖାଉଟି ଖାଇବା ମୂଲ୍ୟ ଭିତରେ ଭାରତବର୍ଷରେ ସବୁଠାରୁ ବେଶି ପ୍ରଭେଦ। ପାଶ୍ଚାତ୍ୟ ଦେଶମାନଙ୍କରେ ବା ଅନ୍ୟାନ୍ୟ ଦେଶମାନଙ୍କରେ ୧୦ ରୁ ୩୦ ପ୍ରତିଶତ ପ୍ରଭେଦ ଥିଲାବେଳେ ଭାରତବର୍ଷରେ ପ୍ରାୟ ଚାଷୀ ଏବଂ ଖାଉଟିଙ୍କ ପ୍ରଭେଦ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ। ଭାରତବର୍ଷରେ ଯେଉଁ ଚାଷୀ ଅଛନ୍ତି ସେଥିମଧ୍ୟରୁ ପ୍ରାୟ ୬୦-୭୦ ପ୍ରତିଶତ ଲୋକ ହେଉଛନ୍ତି ଛୋଟ ଚାଷୀ। ସେହି ଯେଉଁ ଫାଇଦା ଚାଷୀମାନଙ୍କୁ ଖୁଦ୍ର ଚାଷୀ ଉପଗତ ହେବକି। ଯଦି ହେବ କିଭଳି ଭାବରେ ହେବ। ସେହିଭଳି ଭୂତିଭୂମି କାହିଁ। ଯାହା ଜଣାପଡ଼ୁଛି ଏହାଦ୍ୱାରା ସେହି ବଡ ବଡ ବ୍ୟବସାୟୀମାନଙ୍କୁ ଫାଇଦା ହେବ। ତେଣଉ ଏଥିପାଇଁ ସୁଚିନ୍ତିତ ଯୋଜନା ଓ କାର୍ଯ୍ୟକ୍ରମ ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ନହେଲେ ଯେପରି ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ଦ୍ୱାରା ଭାରତର ଅର୍ଥନୀତି ଅଗ୍ରସର ହେବ ବୋଲି କୁହାଗଲା କିନ୍ତୁ ସାଧାରଣ ଲୋକ ଚାଷୀମାନେ ହଇରାଣ ହେଲେ। ଯାହା କୁହାଯାଇଛି ତାହା ଶୁଣିବାକୁ ଭଲ ଲାଗୁଛି, ପଢିବାକୁ ଭଲ ଲାଗୁଛି। କିନ୍ତୁ କାର୍ଯ୍ୟକାରିତା ଉପରେ ସବୁ ନିର୍ଭର କରୁଛି। ଭାଷଣ ଦେଇ ଦେଇ କେତେଦିନ ଭାରତୀୟଙ୍କୁ ସେ ପ୍ରତାରିତ କରିବେ ବୋଲି କ୍ଷୋଭପ୍ରକାଶ କରି ପ୍ରଶ୍ନ କରିଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟରେ କେବଳ ପ୍ରତିଶୃତି, ପ୍ରତାରଣା ଓ ପ୍ରଚାର (ଥ୍ରୀ ପି) ର ସରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।