Odiapua.com

ବିଜେଡ଼ି ପ୍ରାର୍ଥୀଙ୍କ ନାମାଙ୍କନ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଅର୍ନ୍ତଗତ ବିଟିପୁର ଓ ଚାରିଗାଁ ପଂଚାୟତ ସରପଂଚ ଆସନ ପାଇଁ ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଟିପୁର ପାଇଁ ସୁଭଦ୍ରା ସିଂହ ତାଙ୍କ ସମର୍ଥକଙ୍କ ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ପଂଚାୟତ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସମିତି ସଭ୍ୟ ଭିଷ୍ମେଶ୍ୱର ଦାସ, ସପନ ସିଂହ, ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ, ବ୍ଲକ ସଂପାଦକ ଅଶୋକ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁରୂପ ଭାବେ ଚାରିଗାଁ ପଂଚାୟତରୁ ସରପଂଚ ପ୍ରାର୍ଥୀ ଭାବେ ଗୀତିକା ଭୋଇ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସ୍ଥାନୀୟ ରାମେଶ୍ୱର ମନ୍ଦିରରୁ ପୂଜାର୍ଚ୍ଚନା କରି ପଂଚାୟତ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସରପଂଚ ବନମାଳୀ ବେହେରା, ପର୍ଶୁରାମ ପାଣିଗ୍ରାହୀ, ଭାଗବତ ସାହୁ, ଧରଣୀ ଧର ପୃଷ୍ଟି, ରଂଜନ ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଝିଲ୍ଲି ଜେନା, ଜାନକୀ ଜେନା ଓ କମଳା କଟୁଆଳ ପ୍ରମୁଖ ୱାର୍ଡ଼ ସଭ୍ୟ ପ୍ରାର୍ଥୀଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।