Odiapua.com

ବିଜେପି ହରିଜନ ମୋର୍ଚ୍ଚାର ନୁତନ ଉପସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, ୩୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଭାରତୀୟ ଜନତାପାର୍ଟି କେନ୍ଦୁଝର ଜିଲ୍ଲା ହରିଜନ ମୋର୍ଚ୍ଚାର ଉପସଭାପତି ଭାବେ ଶାଳଣିଆଁ ମଣ୍ଡଳର ଦୟାନିଧି ଯେନାଙ୍କୁ ମନୋନୀତ କରାଯିବାପରେ ଶାଳଣିଆଁ ମଣ୍ଡଳ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମଣ୍ଡଳ ସଭାପତି ବଳଭଦ୍ର ବାରିକ, ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି କୈଳାଶ ଚନ୍ଦ୍ର ଯେନା, ସମ୍ପାଦକ ରମାକାନ୍ତ ସାହୁ, ସତ୍ୟବ୍ରତ ସାହାଣି, ସନାତନ ଶଙ୍ଖୁଆ, ମଙ୍ଗୁଳି ରାଉତ, ଅଭୟ ପାତ୍ର, ମଧୁସୁଦନ ବେହେରା, ଭାବଗ୍ରାହୀ ସାମଲ, ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ବହୁ କର୍ମକତ୍ତା ତାଙ୍କ ବାସଭବନରେ ପହଞ୍ଚି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କ ନେତୃତ୍ୱରେ ହରିଜନ ମୋର୍ଚ୍ଚାର ସଂଗଠନ କିପରି ମଜବୁତ ହୋଇପାରିବ ସେନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।