Odiapua.com

ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ନିକଟକୁ ଅଶ୍ଳୀଳ ଭିଡିଓ ପଠାଇଥିବା ଦୁଇ ଅଭିଯୁକ୍ତ ରାଜସ୍ଥାନରୁ ଗିରଫ

ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଅଶ୍ଳୀଳ ଭିଡିଓ କଲ କରିଥିବା ଦୁଇ ଅଭିଯୁକ୍ତଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଛି। ଏହି ଗିରଫ ଭରତପୁରରୁ ହୋଇଥିବା ଖବରରୁ ପ୍ରକାଶ। କିନ୍ତୁ ବର୍ତ୍ତମାନ ସେମାନଙ୍କୁ ପୋଲିସ ରିମାଣ୍ଡରେ ଭୋପାଳ ଆଣିଛି। କୁହାଯାଉଛି ଯେ, ଆଜି ଅପରାହ୍ନ ସୁଦ୍ଧା ଉଭୟ ଅଭିଯୁକ୍ତ ଭୋପାଳରେ ପୋଲିସ ହେପାଜତରେ ପହଞ୍ଚିବେ ଏବଂ ପରେ ପଚରାଉଚରା ଆରମ୍ଭ ହେବ।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ୨୧ ବର୍ଷ ଏବଂ ଅନ୍ୟଟି ୨୩ ବର୍ଷ। ଉଭୟ ଅଭିଯୁକ୍ତ ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଛନ୍ତି। ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର ୭ ଫେବୃଆରୀରେ ଭୋପାଳର ଟିଟି ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଏହା ପରେ ଭୋପାଳ ପୋଲିସ ତଦନ୍ତ ବେଳେ ରାଜସ୍ଥାନରେ ପହଞ୍ଚିଥିଲା। ସୋମବାର ଦିନ ଭରତପୁର ଜିଲ୍ଲାର ସିକ୍ରି ପୋଲିସ ଷ୍ଟେସନ ସହାୟତାରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଉଭୟ ଠକ ଦୁଇଭାଇ ଅଟନ୍ତି।

ଉଲ୍ଲେଖଯୋଗ୍ୟ, ଯେ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏହି ମାମଲା ପଞ୍ଜିକରଣ କରିଥିବାବେଳେ ଦର୍ଶାଇଛନ୍ତିଯେ, ଫେବୃଆରୀ ୬ ରେ ସନ୍ଧ୍ୟା ୭ ଟା ସମୟରେ ତାଙ୍କ ମୋବାଇଲରେ ହ୍ୱାଟସ୍ ଆପରୁ ଏକ ମେସେଜ ଆସିଥିଲା। ବାର୍ତ୍ତାରେ ଠକ ଜଣକ ସାଂସଦଙ୍କୁ କହିଥିଲା, ହେଲୋ, ମୁଁ ଆପଣଙ୍କ ସହ କଥା ହେବାକୁ ଚାହେଁ। ଏହା ପରେ ସାଂସଦ ଉତ୍ତର ଦେଲେ, ‘ତୁମେ ତୁମର ସମ୍ପୂର୍ଣ୍ଣ ପରିଚୟ ପଠାଅ’। କିଛି ସମୟ ପରେ ସାଂସଦଙ୍କୁ ସମାନ ନମ୍ବରରୁ ଏକ ଭିଡିଓ କଲ ଆସିଲା।

ସେ ଭିଡିଓ କଲ୍ ଉଠାଇବା ମାତ୍ରେ ସାଂସଦ ଠକକୁ ‘ହରିଓମ୍’ ସମ୍ବାଧିତ କରିବା କ୍ଷଣି ଭିଡିଓ କଲରେ ଜଣେ ଝିଅ ଉଲଗ୍ନ ଦୃଶ୍ୟମାନ ହୋଇଥିଲା। ଝିଅଟି ପୋଷାକ କାଢ଼ିବା ଆରମ୍ଭ କରିଥିଲା। ଏଥିରେ ସାଂସଦ ଭିଡିଓ କଲ୍ କାଟି ତାଙ୍କୁ ବ୍ଲକ କରିଥିଲେ। କିଛି ସମୟ ପରେ ଅନ୍ୟ ଏକ ନମ୍ବରରୁ ଏକ ଫଟୋ ଆସିଲା। ଫଟୋରେ ପ୍ରଥମ ନମ୍ବରରୁ ଏକ ଭିଡିଓ କଲର ସ୍କ୍ରିନ ସଟ ଥିଲା। ଠକମାନେ ସାଂସଦଙ୍କୁ ଧମକ ଦେଇଥିଲେ ଯେ ସେ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ।

ଏହାପରେ ସେକ୍ସଟୋର୍ସନରେ ଫସାଇବାକୁ ଚାହୁଁଥିବା ବେଳେ ଠକମାନେ ସାଂସଦଙ୍କୁ ବାରମ୍ବାର କଲ କରିଥିଲେ। ସାଂସଦ ସେମାନଙ୍କୁ ବ୍ଲକ କରିବା ପର୍ଯ୍ୟନ୍ତ, ସେମାନେ ରାତି ୨.୩୦ ପର୍ଯ୍ୟନ୍ତ କଲ୍ ଜାରି ରଖିଥିଲେ। କିନ୍ତୁ ସାଂସଦ ଠାକୁର ଫୋନ୍ ଉଠାଇ ନଥିଲେ। ଏହା ପରେ ସାଂସଦ ୭ ଫେବୃଆରୀରେ ଭୋପାଳର ଟିଟି ନଗରରେ ଠକମାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ।